ଓଡିଶା ବ୍ୟବସାୟ

ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ ସହ ଚାନ୍ଦିଭଣ୍ଡାରରେ ଦୀପାବଳି, ଧନତେରସ୍ ସେଲିବ୍ରେଶନ…

ଗଢ଼ାମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର, (ଏଫ୍ଟୁଏସ୍) :
ଆଲୋକର ପର୍ବ ଦୀପାବଳି ଏକ ପ୍ରଥା ନୁହେଁ ଏହା ମିତ୍ରତା, ସମୃଦ୍ଧି ଏବଂ ଆନନ୍ଦର ପର୍ବ । ଦୀପାବଳିରେ ଗହଣା ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ସମୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ଦୀପାବଳିର ଆଲୋକକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ଷ୍ଟୋର ‘ଚାନ୍ଦିଭଣ୍ଡାର’ ଏହାର ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ର ଉପସ୍ଥାପନ କରିଛି । ୯୨.୫% ଶୁଦ୍ଧତା ଯୁକ୍ତ ଷ୍ଟର୍ଲିଙ୍ଗ୍ ସିଲଭରରେ ଜିରକନ୍ ଖଚିତ ଏହି ଆକର୍ଷଣୀୟ ତଥା ଷ୍ଟାଇଲିସ୍ ଗହଣା ସମ୍ଭାର ପରମ୍ପରା ଏବଂ ସୁନ୍ଦରତାରେ ଉପଯୁକ୍ତ ସନ୍ତୁଳନ ରକ୍ଷା କରେ । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏ କଲେକ୍ସନ ଏକ ସର୍ବଶ୍ରେଷ୍ଠ ଫ୍ୟାଶନ୍ ଷ୍ଟେଟମେଣ୍ଟ, ଯାହାକି ଆତ୍ମବିଶ୍ୱାସ, ସୁନ୍ଦରତା ଏବଂ ସଫଳତାକୁ ପାଳନ କରୁଥିବା ଚମତ୍କାର ରଙ୍ଗ ପ୍ରଦାନ କରିଥାଏ । ପଥରର ଚମକ ସହିତ ଆକର୍ଷଣୀୟ ଡିଜାଇନରେ ଦୀପାବଳି ପାଳନ କରିବାର ସୁଯୋଗ ପ୍ରଦାନ କରୁଛି ଚାନ୍ଦିଭଣ୍ଡାର ।

ଚଳିତଥର ଉଭୟ ବ୍ରାଣ୍ଡ ଆମ୍ବାସଡର ବ୍ଲିଙ୍ଗ୍ ଏବଂ ଆମୋଘ କଲେକ୍ସନକୁ ପ୍ରଦର୍ଶିତ କରି ଗ୍ରାହକଙ୍କୁ ସ୍ୱତନ୍ତ୍ର ଦୀପାବଳି ଅଫର ପ୍ରଦାନ ପୂର୍ବକ ଚାନ୍ଦିଭଣ୍ଡାର ପକ୍ଷରୁ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ାମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ଅଫର ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ।

ଚାନ୍ଦିଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି , ଏଥର ଦୀପାବଳିରେ ଆମ ବ୍ରାଣ୍ଡ ଆମ୍ବାସଡର ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶୀବାନି ସଙ୍ଗୀତା ବ୍ଲିଙ୍ଗ୍ ଓ ଆମୋଘ କଲେକ୍ସନ ସହ ନିଜକୁ ଆଭୁଷିତ କରିବେ । ଆମର ସ୍ୱତନ୍ତ୍ର ଦୀପାବଳି କ୍ୟାମ୍ପେନ୍ ମାଧ୍ୟମରେ ଉଭୟ ଆମ କଲେକ୍ସନର ମ୍ୟାଜିକକୁ ଲୋକଙ୍କ ଜୀବନରେ ଆଣିବେ । ଦୀପାବଳି ସେଲିବ୍ରେଶନକୁ ପରିଭାଷିତ କରୁଥିବା ଆନନ୍ଦ ଏବଂ ଷ୍ଟାଇଲକୁ ସେମାନେ ଉପସ୍ଥାପନ କରିବେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା