ଓଡିଶା

ଜଗନ୍ନାଥ ପାୱାର ପ୍ଲାଣ୍ଟ କ୍ୟାସିୟର, ମ୍ୟାନେଜର ଏବଂ ମାଲିକଙ୍କୁ ଗିରଫ ଦାବିରେ ଗଣଧାରଣା…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜଗନ୍ନାଥ ପାୱାର ଆଣ୍ଡ ଇନଫ୍ରା କମ୍ପାନୀ ଶ୍ରମିକ ଜୀବନ ଶହ ଖେଳିବାକୁ ଅଧିକାର ପାଇଲା କେଉଁଠୁ ? ଶ୍ରମିକ ଆଇନକୁ ଉଲଂଘନ କରି ଆଇନକୁ ହାତକୁ ନେବାକୁ କମ୍ପାନୀ ଅଧିକାର ଦେଲା କିଏ ? କମ୍ପାନୀ ଶ୍ରମିକ ସେଫ୍ଟି ଓ ସୁରକ୍ଷା ଭିତରେ ହେଉଛି ତ କାମ ? ସେପଟେ କମ୍ପାନୀ ଧୂଳି ଧୂଆଁରେ ହନ୍ତସନ୍ତ ନିମିଧା ଓ ନୟାଭାଗିରଥିପୁର ପଞ୍ଚାୟତ । ସେପଟେ ନିଜ ଦୋଷକୁ ଏଡାଇ ଦେଇ ଗଣମାଧ୍ୟମ ଆଗରେ ଖସି ଯିବାକୁ ବସିଛନ୍ତି କମ୍ପାନୀ କର୍ତ୍ତୁପକ୍ଷ ଓ ଅଧିକାରୀ । ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନିମିଧା ଗ୍ରାମ ନିକଟସ୍ଥ ଜଗନ୍ନାଥ ପାୱାର ପ୍ଲାଣ୍ଟ ଇନଫ୍ରା ପ୍ରାଇଭେଟ୍ ଲିଃ ପରିସରେ ଗତ ୨୭ ତାରିଖରେ ଦୁଇ ଜଣ ଶ୍ରମିକଙ୍କୁ ଚୋରି ଅଭିଯୋଗରେ ଅକଥନୀୟ ଅମାନୁଷିକ ଭାବେ ମାଡ ମାରିବା ଓ ପରିସ୍ରା ପିଆଇ ନିର୍ଯାତନା ଦେଇଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବା ବେଳେ ଏପର୍ଯ୍ୟନ୍ତ କାରଖାନା ମାଲିକ, ମ୍ୟାନେଜର, କ୍ୟାସିୟର ସମେତ ଅନ୍ୟାନ୍ୟ ଦୋଷୀଙ୍କୁ ଗିରଫ କରିବା ସହିତ ଉପଯୁକ୍ତ କ୍ଷତିପୂରଣ ଦାବି କରି ଆମ୍ବେଦକର ସେବା ସଂଗଠନ ପକ୍ଷରୁ କମ୍ପାନୀ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।

ଏହି ଘଟଣାରେ ସଂପୃକ୍ତ କାରଖାନାରେ ନିୟୋଜିତ ଦୁଇ ଜଣ ସୁରକ୍ଷାକର୍ମୀ ଓ ଜଣେ ଗାଡି ଡ୍ରାଇଭରକୁ ମୋଟଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବେଳେ ଏହି ଘଟଣାର ତଦନ୍ତ କରିଛନ୍ତି ଡି.ଏସ.ପି ଜିସା ନାୟର । ସେ ନିଜେ କାରଖାନାକୁ ଯାଇ କାରଖାନାର ପରିଚାଳକ, ସିକ୍ୟୁରିଟି ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନଙ୍କୁ ପଚରା ଉଚରା ଜାରି ରଖିଛନ୍ତି । ଏ ସମ୍ପର୍କରେ କାରଖାନାର ଏ.ଜି.ଏମ ନିୟମ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶ୍ରମିକମାନଙ୍କୁ ନିୟମିତ କାର୍ଯ୍ୟ କରିବା ପାଇଁ କୁହାଯାଇଛି ଓ କ୍ଷତିପୂରଣ ବାବଦରେ କମ୍ପାନୀ କତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କମ୍ପାନୀ ମ୍ୟାନେଜର କହିବା ଓ ନିଜ ଦୋଷକୁ ଏଡାଇ ଖସି ଯାଉଥିବା ଦେଖା ଦେଇଛି ।

ଆମ୍ବେଦକର ସେବା ସଂଗଠନର ଆଇନ୍ ପରାମର୍ଶଦାତା ଓ ସଂପାଦକ ଚିତ୍ରସେନ ନାୟକ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଓ ଶ୍ରମିକମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ସେପଟେ ନିର୍ଯାତିତ ଶ୍ରମିକଙ୍କୁ ନ୍ୟାୟ ମିଳୁଛି ନା ଘଟଣାକୁ ରଫା ଦଫା କରିବା ସହ କମ୍ପାନୀ କର୍ତ୍ତୁପକ୍ଷ ଖସି ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା