ଓଡିଶା

କଳାକାରଙ୍କୁ ମିଳୁନି ସେମାନଙ୍କର ପ୍ରାପ୍ୟ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି…

ମୁଁ ବି କଳାକାର, ମୋର ଦୁଃଖ ସଂସ୍କୃତି ବିଭାଗ କେବେ ବୁଝିବ ?
ବାଲେଶ୍ୱର, (ଏଫ୍ଟୁଏସ୍) :
କଳାକାରମାନଙ୍କ ସୁବିଧା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତିଆରି କରିଥିଲା ଅନଲାଇନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ବ୍ୟବସ୍ଥା CTMS । ଏହାଦ୍ୱାରା ସମସ୍ତ ବର୍ଗର କଳାକାର ଘରେ ବସି କାମ ପାଇବାର ସୁଯୋଗ ପାଇବା ସହ କାର୍ଯ୍ୟକ୍ରମ ପରିବେଷଣର ୧୫ ଦିନ ଭିତରେ ସେମାନଙ୍କର ପ୍ରାପ୍ୟ ପାଇବାର ବ୍ୟବସ୍ଥା ରହିଥିଲା । ଏହି ବ୍ୟବସ୍ଥା ଏତେ ଜଟିଳ ଥିଲା ଯେ ଏହାକୁ ସାଧାରଣ କଳାକାରଟିଏ ବୁଝିବାକୁ ବର୍ଷେ ଲାଗିଗଲା । କେହି କେହି କଳାକାର ମେଞ୍ଚାଏ ସାଂସ୍କୃତିକ କାର୍ଯ୍ୟକ୍ରମ କଲେ ତ କେହି ବିଲକୁଲ କାର୍ଯ୍ୟକ୍ରମ ପାଇଲେ ନାହିଁ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେଉଁ କଳାକାରମାନେ ବିଭିନ୍ନ ସ୍ଥାନରେ ନିଜର କଳା ପରିବେଷଣ କରିଥିଲେ ଏବଂ ପରିବେଷଣ ଜନିତ ପ୍ରମାଣ ପତ୍ର ଦେଇଥିଲେ ସେମାନେ ମାସ ମାସ ଧରି ମୋନଙ୍କର ପ୍ରାପ୍ୟ ପାଇବାରୁ ବଂଚିତ ରହିଛନ୍ତି । ଏ ନେଇ ସେମାନେ ବାରମ୍ବାର ସଂସ୍କୃତି ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ସିନା ସେମାନଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତି ।

ଅପରପକ୍ଷେ ପ୍ରାପ୍ୟ ବାବଦରେ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ପଚାରିବାରୁ କାହାରି ପାଖରେ କିଛି ସନ୍ତୋଷ ଜନକ ଉତ୍ତର ନାହିଁ । ଆଗକୁ ଆସୁଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଓଡ଼ିଶାର ସାଂସ୍କୃତିକ ଭାଇଚାରାକୁ ଚଳ ଚଞ୍ଚଳ କରି ରଖିବାକୁ ଦଳ ଗୁଡ଼ିକ ପ୍ରସ୍ତୁତ ହେଉଥିବା ବେଳେ ସରକାର ଏ ସବୁ ଦିଗ ପ୍ରତି ଆଖି ବୁଜି ଦେଇଛନ୍ତି । କଳାକାରଟିଏ ତାହାର ପାଉଣା ଗଣ୍ଡାକ ପାଇଁ ବାରମ୍ବାର ବିଭାଗକୁ ଦୌଡ଼ିବାକୁ ପଡ଼ୁଛି । ଗୋଟିଏ ପରିବେଷଣ ପିଛା ପାରିଶ୍ରମିକ ମିଳୁଛି ୧୩ ହଜାର ଟଙ୍କା । ତେବେ ଏହି ପାରିଶ୍ରମିକ ଜଣଙ୍କର ନୁହେଁ । ଗୋଟିଏ ପରିବେଷଣ ପାଇଁ ଦଳରେ ୧୨ ରୁ ୧୫ ଜଣ କଳକାର ରୁହନ୍ତି । ଏହି ଆଧାରରେ ହିସାବ କଲେ ଜଣଙ୍କ ପିଛା ମୋଟାମୋଟି ଭାବେ ଏକ ହଜାରରୁ ୮୦୦ ଟଙ୍କା ମିଳେ । ସମସ୍ତ ବର୍ଗର ଆର୍ଥିକ ସ୍ଥିତି ବଢ଼ୁଥିବାବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କଳାକାରମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବାରେ ଟାଳଟୁଳ ନିତୀ ଅବଲମ୍ବନ କରୁଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଳାକାର ସଂଘ । ବିଭାଗୀୟ ଅଧିକାରୀଙ୍କ ନିରବତା କଳାକାରମାନଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ଏ ନେଇ ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ନିଜର ଦାବି ଉପସ୍ଥାପନ କରିଛନ୍ତି ବହୁ କଳାକାର । ଆଗାମୀ ଦିନରେ ବିଭାଗୟ କର୍ତ୍ତୁପକ୍ଷ ଏ ଦିଗରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି । ଯଦି କଳାକାରଙ୍କ ଦାବି ପୂରଣ ନ ହୁଏ ତେବେ କଳାକାରମାନେ ବାଧ୍ୟ ହୋଇ ରାଜରାସ୍ତାରେ ଓଡ଼ିଆ ଅସ୍ମିତାର ପ୍ରଚାର କରିବେ ବୋଲି ଚେତାବୀ ଦେଇଛି ଅଲ୍ ଓଡ଼ିଶା ପରଫରମିଙ୍ଗ ଆର୍ଟିଷ୍ଟ ଆସୋସିଏସନ୍ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା