ପାରିବାରିକ କଳହକୁ ନେଇ ସେଲୁନ ମାଲିକ ନିଖୋଜ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଜଣେ ସେଲୁନ ଦୋକାନୀ ଆଜକୁ ୬ ଦିନ ହେଲା ନିଖୋଜ ହୋଇଥିବା ଚର୍ଚ୍ଚାର କାରଣ ପାଲଟିଛି । ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ ପାଇକପୁରୁଣାକୁଟ ପଂଚାୟତର ପ୍ରହ୍ଲାଦ ବାରିକଙ୍କ ପୁଅ ନିରଞ୍ଜନ ବାରିକ (୩୩) ନିଜ ଘର ସାମ୍ନାରେ ଏକ ସେଲୁନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ କିଛିଦିନ ତଳେ କୌଣସି କାରଣକୁ ନେଇ ପରିବାରରେ ତିକ୍ତତା ହୋଇଥିଲା । ଏ ନେଇ ନିରଞ୍ଜନ କିଛି ଦିନ ହେବ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ । ତେବେ ଗତ ୨୨ ତାରିଖରେ ହଠାତ୍ କାହାକୁ କିଛି ନ କହି ସେ ରାଗି ଘର ଛାଡି କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ନ ପାଇବାରୁ ବାଧ୍ୟ ହୋଇ କଣ୍ଟାବଣିଆ ଥାନାରେ ପୁଅ ନିଖୋଜ ହେବା ନେଇ ଅଭିଯୋଗ କରିଛନ୍ତି ପ୍ରହ୍ଲାଦ ବାରିକ । ଅଭିଯୋଗକୁ ଭିତ୍ତିକରି କଣ୍ଟାବଣିଆ ପୋଲିସ ଘଟଣାର ତଦନ୍ତ କରିବା ସହ ଛାନଭିନ୍ କରୁଥିବା ବେଳେ ନିରଞ୍ଜନଙ୍କ ଅବସ୍ଥିତି ସମ୍ପର୍କରେ ପରିବାର ଓ ଗ୍ରାମବାସୀ ସନ୍ଦିହୀନ ଥିବା ଜଣାପଡିଛି ।