କେରାଣ୍ଡି ଗ୍ରାମରେ ଜହ୍ନି ଓଷା ପାଳନ…

ଗଜପତି, (ଏଫ୍ଟୁଏସ୍/ ବିବେକାନନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର କେରାଣ୍ଡି ଗ୍ରାମରେ ଜହ୍ନିଓଷା ପାଳନ କରାଯାଇଛି । ଏହି ପୂଜା ଇନ୍ଦ୍ରପୂର୍ଣ୍ଣିମାଠାରୁ ଆରମ୍ଭ କରି କୁମାର ପୂର୍ଣ୍ଣିମାରେ ଶେଷ କରାଯାଏ । ଲୌକିକ କଥା ରହିଛି ଜହ୍ନି ଓଷା କଲେ ନିଜର ମନ କାମନା ପୂର୍ଣ୍ଣ ହେବା ସହ ଜର ରୋଗରୁ ମୁକ୍ତ ହୋଇଥାଏ । ନିଜ ପରିବାରର ମଙ୍ଗଳ ହୋଇଥାଏ । କୁମାରୀମାନେ ତୁଳସୀ ଗଛ ମୂଳରେ ଲିପା ପୋଛା କରି କୁମ୍ଭ ବସାଇ ଧୂପ ଦୀପ ନୈବେଦ୍ୟ ସହ ପୂଜା କରିଥାଆନ୍ତି । ଜହ୍ନି ଓଷା କୁମାର ପୂର୍ଣ୍ଣିମା ଦିନ ଉଦଯାପନ କରାଯାଏ । ଏହି ଦିନ ପିଠା, ପଣା, ଫଳ ସହ ଉଖୁଡା ପ୍ରଭୃତି ଜିନିଷ ଭୋଗ ଲଗାଇ ଚନ୍ଦ୍ରକୁ ତୁଳସୀ ଗଛ ନିକଟରେ ପୂଜା କରାଯାଇଥାଏ । ଯେଉଁମାନେ ଜହ୍ନି ଓଷା ପାଳନ କରନ୍ତି ସେମାନେ ମାସ ସାରା ଆମିଷ, ଜହ୍ନି ପ୍ରଭୃତି ଜିନିଷ ଖାଇ ନଥାନ୍ତି । ଅତି ନିଷ୍ଠାର ସହ ଏହି ପୂଜାକୁ ବିଧିବିଧାନର ସହ ପାଳନ କରାଯାଏ ।