ଅରକ୍ଷିତଙ୍କ ମୁହଁରେ ହସ ଫୁଟାଇଲେ ଛୋଟ ଏକ ପ୍ରୟାସ ସଂଗଠନ…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କରନ୍ଦା ଗ୍ରାମପଞ୍ଚାୟତ କରନ୍ଦା ଗ୍ରାମର ଗୁଡିସାହିର ଅରକ୍ଷିତ ପ୍ରଧାନ ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ତାଙ୍କର ନିଜର କହିଲେ କେହିବି ନାହାନ୍ତି । ହାତ ନଥିବାରୁ ଆଧାର କାର୍ଡ ହୋଇ ପାରୁନଥିଲା ଏବଂ କୌଣସି ସରକାରୀ ସହାୟତା ପାଉନଥିଲେ । ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ଖଣ୍ଡିଏ ନଥିଲା । ଏ ଖବର ପାଇବା ପରେ ଛୋଟ ଏକ ପ୍ରୟାସ ପରିବାର ଆଗେଇ ଆସିଥିଲା ତାଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ । ତାଙ୍କ ଅସୁବିଧା କଥା ସରକାରଙ୍କୁ ଜଣାଇବା ପରେ ତାଙ୍କର ଆଧାରକାର୍ଡ ସହ ରାସନ କାର୍ଡ ମଧ୍ୟ ହୋଇଛି । ଛୋଟ ଘରେ ଖଣ୍ଡେ କରିବା ପାଇଁ ନିଷ୍ପତି ନେଇଥିଲେ ଛୋଟ ଏକ ପ୍ରୟାସ ପରିବାରର ସଦସ୍ୟମାନେ । ଅଞ୍ଚଳର କିଛି ସମାଜସେବୀ ଭାଇମାନେ ମଧ୍ୟ ଆଗେଇ ଆସି ସମସ୍ତଙ୍କ ସହାୟତାରେ ଛୋଟ ଘରଟିଏ ତୋଳି ପାରିଥିଲେ ଅରକ୍ଷିତଙ୍କ ପାଇଁ । ତେବେ ଛୋଟ ଏକ ପ୍ରୟାସର ସଦସ୍ୟମାନେ ଅରକ୍ଷିତଙ୍କ ମୁହଁରେ ଏକ ଛୋଟିଆ ହସ ଫୁଟାଇ ଅଞ୍ଚଳବାସୀଙ୍କ ମନ ଜିଣିଛନ୍ତି । ଏ ନେଇ ତାଙ୍କୁ ବିଭଇନ୍ନ ମହଲରୁ ପ୍ରଶଂସା କରାଯାଉଛି ।