ଓଡିଶା

ଟାଟାଷ୍ଟିଲ ପକ୍ଷରୁ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା…

ଢେଙ୍କାନାଳ, (ଏଫ୍ଟୁଏସ୍ / ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀସ୍ଥିତ ଟାଟାଷ୍ଟିଲ କମ୍ପାନୀ ପକ୍ଷରୁ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତା ହିନେ୍ଦାଳ ବ୍ଲକର ବିଭିନ୍ନ ସ୍କୁଲମାନଙ୍କରେ ଆୟୋଜିତ ହୋଇଯାଇଛି । ହିନ୍ଦୋଳ ଏନ୍ଏସିସ୍ଥିତ ହିନ୍ଦୋଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପ୍ରଯୁକ୍ତି ବିଦ୍ୟା ଅଧୀନରେ ଥିବା ପଠାଣିସାମନ୍ତ ପ୍ଲାନିଟରିୟମ ସହଯୋଗରେ ଟାଟାଷ୍ଟିଲ ଆଷ୍ଟ୍ରୋନମର ୟାଟସର ୧୭ତମ ସଂସ୍କରଣ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମହାକାଶବିଜ୍ଞାନ, ଜ୍ୟୋର୍ତିବିଜ୍ଞାନ, ପଦାର୍ଥବିଜ୍ଞାନ, ରସାୟନ ଶାସ୍ତ୍ର ଓ ଗ୍ରହ ନକ୍ଷତ୍ର ସମ୍ବନ୍ଧୀୟ ୧୬୭ଟି କୁଇଜ ଓ ୧୦୭ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
ଏହି ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଅର୍ଜନ କରିବା, ଗଗନଯାନ ମହାକାଶ ଯାତ୍ରା ସହ ତତ୍ ସମ୍ବନ୍ଧୀୟ ଜ୍ଞାନ ଆରୋହଣ ପାଇଁ ବିଭିନ୍ନ ସ୍ଥାନକୁ ଟାଟା ଷ୍ଟିଲ ପକ୍ଷରୁ ଗ୍ରସ୍ତ କରିପାରିବେ । ତେବେ ଅନଲାଇନରେ ମଧ୍ୟ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟାଟାଷ୍ଟିଲ କମ୍ପାନୀର ଏଚଆର ମ୍ୟାନେଜର ଭବେନରଞ୍ଜନ କର, ହିନ୍ଦୋଳ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନବନ୍ଧୁ ପୃଷ୍ଟି, ସହକାରୀ ଶିକ୍ଷୟତ୍ରୀ ପ୍ରିୟଙ୍କା ଦାସ, ଦୀପ୍ତିରଞ୍ଜନ ସାହୁ, ହିନ୍ଦୋଳ ସାମ୍ବାଦିକ ସଂଘ ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ବେହେରା, ସାମ୍ବାଦିକ ଦୁଷ୍ମନ୍ତ ମିଶ୍ର, ଟାଟା କର୍ମଚାରୀ ମନୋଜ ପତ୍ରି, ସୁଧାଂଶୁ ରଥ ପ୍ରମୁଖ ସନମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ସରକାରୀ ଉଚ୍ଚବିଦ୍ୟାଳୟ ଖଜୁରିଆକଟା, ରାଶିପାଳ ଉଚ୍ଚବିଦ୍ୟାଳୟ, ସରସ୍ୱତୀ ବିଦ୍ୟାଳୟ ଖଜୁରିଆକଟାରେ ଆୟୋଜିତ ହୋଇଥିଲା । ଟାଟାଷ୍ଟିଲ କମ୍ପାନୀର ଏହିଭଳି ଶୈକ୍ଷିକ କାର୍ଯ୍ୟକ୍ରମ ପାଇଁ ହିନ୍ଦୋଳ ଅଞ୍ଚଳବାସୀ ଉଚ୍ଚପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା