ମିଡ଼ିଆ ଫୋରମ୍ କର୍ମକର୍ତ୍ତାଙ୍କ ବୃକ୍ଷରୋପଣ କାର୍ଯ୍ୟକ୍ରମ…

କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ୍ ପକ୍ଷରୁ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ଯୋଗ ଦେଇ ବିଶେଷ କରି ମାଦିକୁନ୍ଦା ଛକଠାରେ ଏବଂ ୧୨ ନମ୍ବର ୱାର୍ଡର ନଦୀ କୂଳରେ ଥିବା ପଠା ଉପରେ ବୃକ୍ଷ ରୋପଣ ହେଉଥିବାରୁ ଫୋରମର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ବୃକ୍ଷ ରୋପଣର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏଥି ସହିତ ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଲି ଥିବା ଜାଗାରେ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ସେହିପରି ଅନ୍ୟତମ ଅତିଥି ଭାବେ ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ପାୟଲ ବେହେରା ଓ ଫୁଲବାଣୀ ରେଞ୍ଜ ବନଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା ଯୋଗଦେଇ ବାର ନମ୍ବର ୱାର୍ଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ବୃକ୍ଷକୁ କିପରି ବଞ୍ଚେଇ ରଖିବା ସେ ଉପରେ ଉପସ୍ଥିତ ୱାର୍ଡବାସୀଙ୍କୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁନିଲ ବିଶ୍ୱାଳ, ଅଜିତ ମହାରଣା ଶିବାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମିଡିଆ ଫୋରମର ସମ୍ପାଦକ ଶିବ ବିଶ୍ୱାଳ, ସାମ୍ବାଦିକ ତଥା ଆଇନଜିବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଉପସଭାପତି, ରମେଶ ଚନ୍ଦ୍ର ପ୍ରଧାନ, କୋଷାଧକ୍ଷ ପ୍ରଶାନ୍ତ ପଣ୍ଡା, ଶିବ ରାମ ନାୟକ, ପ୍ରଶାନ୍ତ କୁମାର ଜେନା, ସନ୍ତୋଷ କୁମାର ବେହେରା, ରଞ୍ଜିତ କୁମାର, କାହ୍ନା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ବନ କର୍ମଚାରୀ ପ୍ରେମାନନ୍ଦ ପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।