ହତ୍ୟାକାରୀଙ୍କୁ ଗିରଫ ଦାବିରେ ଧାରଣା…

ସାଲେପୁର, (ଏଫ୍ଟୁଏସ୍ / ଅଭୟ ଜେନା) : ଶିଶୁଆ ସ୍ଥିତ ଆଇଟିସି ସଂସ୍ଥାର କର୍ମଚାରୀ ବିଶ୍ୱଜିତ ମହାନ୍ତିଙ୍କ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସାଲେପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ପରିବାର ଲୋକେ । ଏହି ଘଟଣାକୁ ୧୩ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ବାପା, ମା, ଭଉଣୀ ଆଦି ପରିବାର ଲୋକେ । ଏଠାରେ ଉଲ୍ଲେଖନୀୟ ଯେ, କିଶନନଗର ଥାନା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତ ମୁଗୁରିଆ ଗ୍ରାମର ବିଶ୍ୱଜିତ୍ ମହାନ୍ତି ସାଲେପୁର ଥାନା ଶିଶୁଆ ଆଇଟିସି ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଗତ ୧୧ ତାରିଖରୁ ନିଖୋଜ ହେବା ପରେ ବିଶ୍ୱଜିତଙ୍କର ମୃତଦେହ ନିଶ୍ଚିନ୍ତକୋଇଲି ଆଠ ନମ୍ବର କେନାଲରୁ ମିଳିଥିଲା । ଘଟଣାକୁ ୧୫ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହତ୍ୟାକାରୀକୁ ଧରିବାରେ ସଫଳତା ହୋଇନାହିଁ ।