ଭରତପୁର ଆଦର୍ଶ ଥାନାରେ ଲାଗିଲା ସିସିଟିଭି କ୍ୟାମେରା…

ବ୍ୟୁରୋ ରିପୋର୍ଟ : ଭରତପୁର ଥାନାରେ ଲାଗିଲା ସିସିଟିଭି । ମନିଟରରେ ରେକର୍ଡ ହୋଇଛି ଥାନା ଭିତରର ଦୃଶ୍ୟ । ଏଣିକି ଲୋକମାନେ ଥାନାକୁ ଅଭିଯୋଗ ପାଇଁ ଆସିଲେ ପୁଲିସ ସେମାନଙ୍କ ଅଭିଯୋଗ ଶୁଣୁଛି କି ନାହିଁ, ଥାନାରେ ଲୋକମାନେ ନିର୍ଯାତନାର ଶିକାର ହେଉଛନ୍ତି କି ନାହିଁ ସବୁ ସତ ଜଣାପଡ଼ିବ । ଥାନାରେ ୨୫ଟି ସିସିଟିଭି ଲାଗିବା ପାଇଁ ଯୋଜନା ଥିବା ବେଳେ ଏବେ ମାତ୍ର ୧୬ଟି ସିସିଟିଭି ଲାଗିଛି । ତେବେ ଖୁବଶୀଘ୍ର ଅବଶିଷ୍ଟ ସିସିଟିଭି ଲାଗିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ ୧୫ ତାରିଖ ରାତିରେ ଭାରତୀୟସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୁଲିସ ମାଡ଼ ମାରିବା ସହ ନିର୍ଯାତନା ଅଭିଯୋଗ ମାମଲା ସମଗ୍ର ରାଜ୍ୟ ତଥା ଦେଶରେ ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ସିସିଟିଭି ଥାନାରେ ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା । ଭରତପୁର ଆଦର୍ଶ ଥାନା ହୋଇଥିବା ବେଳେ କିପରି ସେଠାରେ ସିସିଟିଭି ଲାଗି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅପରପକ୍ଷେ ଉକ୍ତ ମାମଲାରେ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି ।