ପ୍ରକୃତି ପ୍ରେମୀ ପଦ୍ମଜା…

ଗଜପତି, (ଏଫ୍ଟୁଏସ୍ / ବିବେକାନନ୍ଦ ବେହେରା) : ବଗିଚାରେ ରହିଛି ଏକଶହ କିସମର ଫଳ ଔଷଧୀୟ ଗଛ । ଛାତ ସିଡି ରାସ୍ତା ଘର ବଗିଚା ଚାରିଆଡେ କେବଳ ଗଛ ହିଁ ଗଛ । ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପ୍ରକାରର ଔଷଧୀୟ ଗଛ ମଧ୍ୟ ରହିଛି ଯାହା ଛୋଟମୋଟ ରୋଗ ନିରାକର ପାଇଁ ବେଶ ସହାୟକ ହେଉଛି । ମଣିଷର ସଉକ କେବେ ଉଦାହରଣ ସୃଷ୍ଟି କରେ ତ ପୁଣି କେବେ ଏକ ଅନନ୍ୟ ପରିଚୟ ଆଣିଦିଏ । ସେମିତି କିଛି ସଉକ ମଣିଷ ପାଇଁ ଓ ପରିବେଶ ପାଇଁ ବେଶ ଲାଭପ୍ରଦ ହୋଇଥାଏ । ଆମେ ଆଜି ସେମିତି ଏକ ସଉକର କଥା ଦେଖାଇବାକୁ ଯାଉଛୁ ଯାହା କେବଳ ତାଙ୍କୁ ଆନନ୍ଦ ଦେଇଛି ତାହା ନୁହେଁ ବରଂ ଏହି ସଉକ ପାଇଁ ସେ ଏବେ ନିଜ ଅଞ୍ଚଳରେ ବେଶ ପରିଚିତ ହୋଇ ପାରିଛନ୍ତି । ଆମେ କହୁଛୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠର ଫରେଷ୍ଟ ଗେଟ୍ ଅଞ୍ଚଳର ଟି ସଞ୍ଜିବ ଏବଂ ତାଙ୍କ ସ୍ତ୍ରୀ ଟି ପଦ୍ମଜା କଥା ।
ସଞ୍ଜିବଙ୍କ ସ୍ତ୍ରୀ ପଦ୍ମଜା ପ୍ରୟାସରେ ଏବେ ତାଙ୍କ ଛାତ ଓ ବଗିଚା ଏବଂ ଘର ପରିସର ସାଜିଛି ବଗିଚା । ଯେଉଁ ବଗିଚାରେ ରହିଛି ଏକଶହ କିସମର ଫୁଲ ଓ ଔଷଧ ଗଛ । ଛାତ ଉପରେ କେବଳ ଗଛ ହିଁ ଗଛ । ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପ୍ରକାରର ଔଷଧୀୟ ଗଛ ମଧ୍ୟ ରହିଛି ଯାହା ଛୋଟମୋଟ ରୋଗ ନିରାକରଣ ପାଇଁ ବେଶ ସହାୟକ ହେଉଛି । ଗଛରେ ନ ଫୁଲ ସାଙ୍ଗକୁ ସବୁଜିମାରେ ଭରି ହୋଇଛି ବଗିଚା ଏବଂ ଛାତ । ଗଛ ପ୍ରେମରେ ପାଗଳ ହୋଇଥିବା ପଦ୍ମଜା ସକାଳେ ଉଠି ଆଗ ନିଜ ବଗିଚାରେ ଟିକେ ବୁଲି ଆସନ୍ତି । ନିଜ ହାତରେ ତିଆରି କରିଥିବା ବଗିଚାକୁ ଦେଖିଦେଲେ ତାଙ୍କ ପେଟ ପୁରିଯାଏ ।
ଟି ସଞ୍ଜିବ ବନବିଭାଗର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ହୋଇଥିବା ବେଳେ ସ୍ତ୍ରୀ ପଦ୍ମଜା ଗୃହିଣୀ । ପଦ୍ମଜା ପ୍ରଥମରୁ ହିଁ ଗଛ ଲଗାଇବା ପାଇଁ ଦୁର୍ବଳତା ରହିଥିଲା । ସହରର ସୀମିତ ଜାଗା ଭିତରେ କେମିତି ଗଛ ଲଗାଇବେ ସେହି କଥା ଚିନ୍ତା କରି ଛାତ ଉପରେ ପ୍ରଥମେ କିଛି ଫୁଲ ଗଛ ଲଗାଇଥିଲେ । ପରବର୍ତ୍ତୀ ସମୟରେ ଫୁଲ ହେବା ଦେଖି ଅନ୍ୟ ଗଛ ଲଗାଇବା ପାଇଁ ମନସ୍ଥ କରିଥିଲେ । ଏଥିପାଇଁ ଅନଲାଇନରେ ବିଭିନ୍ନ କିସମର ଗଛ ଚାରା ମଗାଇ ଛାତକୁ ବଗିଚା ଭାବେ ସଜାଇ ଦେଲେ । ଆଉ ଯାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି ।
ସବୁଦିନ ପଦ୍ମଜା ଗଛର ଯନô ନେବା ସହ ସୁସ୍ଥ ପରିବେଶ ପାଇଁ ଗଛର ଆ୍ୱଶ୍ୟକତା ସମ୍ପର୍କରେ ଆହ୍ୱାନ ଦେଉଛନ୍ତି । ତେଣୁ ସେ ନିଜର ବାହାଘର ଜନ୍ମ ଦିନରେ ଗଛ ଲଗାଇବା ସହ ଗଛ ମଧ୍ୟ ବାଣ୍ଟୁଥିବା କହିଛନ୍ତି । ଏଥିରେ ହାଇଦ୍ରାବାଦର ହେପି ଗାଡେନ୍ସ ଓ ସିଟିଜି ସିଟି ଟେରେଷ୍ଟ୍ ଗାର୍ଡେନ ପକ୍ଷରୁ ବିଭିନ୍ନ ପ୍ରସାହନ ମୁଳକ ମାନପତ୍ର ମିଳିଛି । ଏଥିପାଇଁ ସେ ବେସ୍ ଖୁସି ଅଛନ୍ତି ବୋଲି କହିଛନ୍ତି ।