ନୟାପଲ୍ଲୀରେ ଖୋଲିଲା ଶ୍ରୀଲେଦର୍ସ ଓଡ଼ିଶାର ଦଶମ ଷ୍ଟୋର…

ଭୁବନେଶ୍ୱର, (ଏଫ୍ଟୁଏସ୍) : ୭୦ ବର୍ଷ ଧରି ଭାରତୀୟ ଫୁଟ୍ୱେର୍ ଶିଳ୍ପରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ‘ଶ୍ରୀଲେଦର୍ସ’ ଓଡ଼ିଶାରେ ଏହାର ପଦଚିହ୍ନକୁ ମଜଭୁତ କରିଛି । ବ୍ରାଣ୍ଡ ପକ୍ଷରୁ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଆଇଡି ମାର୍କେଟ ନିକଟସ୍ଥ ଚାନ୍ଦିଭଣ୍ଡାର ପାଶ୍ୱର୍ରେ ଏକ ନୂଆ ସୋ’ରୁମ୍ ଖୋଲିଯାଇଛି । ଏହା ଓଡ଼ିଶାରେ ଶ୍ରୀଲେଦର୍ସର ଦଶମ ଷ୍ଟୋର । ରସୁଲଗଡ଼ ଏବଂ ପାତ୍ରପଡ଼ା ଷ୍ଟୋରର ସଫଳ ଲଞ୍ଚିଂ ପରେ ସହରରେ ନୂତନ ଷ୍ଟୋର ଯୋଡ଼ିଛି କମ୍ପାନୀ । ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତଃ ସୁରେଶ ଚନ୍ଦ୍ର ଦେ’ଙ୍କ ଦ୍ୱାରା ୧୯୫୨ରେ ପ୍ରତିଷ୍ଠିତ ଶ୍ରୀଲେଦର୍ସ ସୁଲଭ ମୂଲ୍ୟରେ ଆରାମଦାୟକ ଫୁଟ୍ୱେର୍ ଯୋଗାଇ ଆସୁଛି । ଗୁଣବତ୍ତା ଏବଂ ଗ୍ରାହକ ସନ୍ତୁଷ୍ଟି ପ୍ରତି ବ୍ରାଣ୍ଡ୍ର ପ୍ରତିଶ୍ରୁତିବଦ୍ଧତା ଯୋଗୁ ଏହା ବୃହତ୍ ସଂଖ୍ୟାରେ ଗ୍ରାହକଙ୍କ ସହିତ ଯୋଡ଼ି ହୋଇପାରିଛି । ନୂଆ ସୋ’ରୁମ୍ରେ ବ୍ୟାପକ ରେଞ୍ଜ୍ର ବିଶ୍ୱସ୍ତରୀୟ ଫୁଟ୍ୱେର୍, ଚମଡ଼ା ଆସେସରିଜ୍, ବ୍ୟାଗ୍, ଟ୍ରାଭେଲ୍ବ୍ୟାଗ, ସ୍ପୋର୍ଟସସୁ’ ଏବଂ ଆକ୍ଟିଭ୍ ୱେର୍ ପ୍ରତିଯୋଗିତାମୂଳକ ଦରରେ ଉପଲବ୍ଧ ହେବ । ଉଭୟ ରିଟେଲ ଏବଂ ଅନ୍ଲାଇନ୍ ଗ୍ରାହକଙ୍କଠାରୁ ଶ୍ରୀଲେଦର୍ସର ନୂତନ ବର୍ଗ ‘ଏସ୍ଏଲ୍ପ୍ରିମିୟମ୍’ ଭଲ ରେସ୍ପନ୍ସ ହାସଲ କରିଛି ।
ପାର୍ଟନର ଏବଂ ତୃତୀୟ ପିଢ଼ି ପରିବାର ସଦସ୍ୟ ସୁଶାନ୍ତୋ ଦେ କୁହନ୍ତି, ପର୍ଫମାନ୍ସ-ଭିତ୍ତିକ ସ୍ପୋର୍ଟସସୁ’ ଉପରେ ଆମର ଫୋକସ୍ ରହିଛି । ବ୍ୟାଡ୍ମିଣ୍ଟନ୍, ଭଲିବଲ୍ ଏବଂ ବାସ୍କେଟ୍ବଲ୍ ପାଇଁ ଆମେ ପୃଥକ ସ୍ପୋର୍ଟସ ଲାଇନ୍ ଉପଲବ୍ଧ କରୁଛୁ । ଗ୍ରାହକଙ୍କ ପକେଟ୍କୁ ସୁହାଇଲାଭଳି ଉତ୍ପାଦ ଯୋଗାଇବା ସହ ବିଶ୍ୱସ୍ତରୀୟ ମାନ ପ୍ରତି ଆମ ପ୍ରତିବଦ୍ଧତା ବଳବତ୍ତର ରହିବ ।