ଓଡିଶା

ଢେଙ୍କାନାଳ ଜିଲ୍ଲା “ଜାଗୃତି” ସ୍ବଧାର ଗୃହରୁ ବାରମ୍ବାର ନାବାଳିକା ନିଖୋଜ, ତଦନ୍ତ ଦାବି କଲା ଆପ୍…

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜାଗୃତି ସଂସ୍ଥାରୁ ନିଖୋଜ ତିନି ଜଣ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ସ୍ଥାନରେ ରଖିବା ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ତଦନ୍ତ ପରିସର ଭୁକ୍ତ କରି ଦୋଷୀମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରିବା ପାଇଁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରି ଶାନ୍ତ ସରଳ ପରିବେଶରେ ମହିଳା, ଶିଶୁ ଏବଂ ନାବାଳିକାଙ୍କ ଉପରେ ଘଟିଯାଉଥିବା ଘଟଣାଗୁଡିକ ଜିଲ୍ଲାର ସୁନାମ ହାନୀ ହେଉଛି । ସଦ୍ୟ ଘଟିଥିବା ମହୁଲପୁଞ୍ଜି ଗଣଦୁଷ୍କର୍ମ ଏବଂ ମହାବିରୋଡ ନାବାଳିକା ଦୁଷ୍କର୍ମ ଘଟଣା ଲୋକଲୋଚନରୁ ହଟି ନଥିବା ବେଳେ ଏବେ ଲୋକଲୋଚନକୁ ଆସିଥିବା “ଜାଗୃତି” ସର୍ଟ ଷ୍ଟେ ଗୃହରୁ ତିନି ତିନି ଜଣ ନାବାଳିକା ନିଖୋଜ ଘଟଣା ଜିଲ୍ଲାକୁ ଆହୁରି ନିନ୍ଦିତ କରିଛି । ଜାଗୃତି ଗୃହରୁ ପୂର୍ବରୁ ବହୁବାର ଏହିଭଳି ନାବାଳିକା ନିଖୋଜ ହୋଇଥିଲେ ମଧ୍ୟ ଉକ୍ତ ସଂସ୍ଥାର ପରିଚାଳକ ବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାଁନ୍ତି । ଯାହାକି ଜିଲ୍ଲାରେ ଥିବା ବିଭିନ୍ନ ସ୍ବେଛାସେବୀ ସଂସ୍ଥାମାନଙ୍କୁ ଚଳାଇବାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସମାଜ ମଙ୍ଗଳ ଅଧିକାରୀଙ୍କ ଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଅସହାୟ ଗରିବ ଲୋକମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହି ସଂସ୍ଥାଗୁଡିକୁ ପ୍ରଚୁର ମାତ୍ରାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଉକ୍ତ ସଂସ୍ଥାଗୁଡିକ ମହିଳା, ଶିଶୁ ଏବଂ ନାବାଳିକା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ନ୍ୟାୟ ଦେବାରେ ଅସମର୍ଥ ଥିବା ଦେଖାଦେଇଛି । ଏ ନେଇ ଆମ୍ ଆଦମୀ ପାର୍ଟି ପାଞ୍ଚ ଦଫା ଦାବିପତ୍ରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସମାଜ ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରି ନିରପେକ୍ଷ ତଦନ୍ତ କରାଯାଉ ଏବଂ ଆଇନ୍ ଅନୁଯାୟୀ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି । ଏହାସହ  “ଜାଗୃତି” ପରି ସ୍ବଧାର ଗୃହରୁ ବାରମ୍ବାର ନାବାଳିକା ନିଖୋଜ ଘଟଣାର ତଦନ୍ତ କରାଯାଇ ଉକ୍ତ ସଂସ୍ଥାର ଦାୟୀତ୍ୱରେ ଥିବା କର୍ମଚାରୀମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ଏବଂ ଆଇନ ଅନୁସାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଏହି ସଂସ୍ଥାରେ ବାରମ୍ବାର ସମାନ ଘଟଣା ଘଟୁଥିବାରୁ ଅନ୍ୟ ଅନ୍ତେବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସଂସ୍ଥାକୁ ମିଳୁଥିବା ଅନୁଦାନ ବନ୍ଦ କରାଯାଉ, ଜିଲ୍ଲାର ଏହିପରି ସମ୍ବେଦନଶୀଳ ସଂସ୍ଥାଗୁଡ଼ିକରେ ରହୁଥିବା ମହିଳା, ନାବାଳିକା ଏବଂ ଶିଶୁମାନଙ୍କର ସୁରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉ ଓ ନିଖୋଜ ନାବାଳିକାମାନଙ୍କୁ ଠାବ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇଛି ।

ଉପରୋକ୍ତ ଦାବି ଉପରେ ତୁରନ୍ତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲାର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ଆମ୍ ଆଦମୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ଏସସି/ଏସଟି ସମ୍ପାଦକ ସନାତନ ନାଏକ, ସକ୍ରିୟ ସଦସ୍ୟ ଉମାନନ୍ଦ ସାହୁ, ମହିଳା ନେତ୍ରୀ ସରସ୍ବତୀ ପରିଡା, ଯମୁନା ପରିଡ଼ା, ଅନିତା ପରିଡ଼ା, ବିଶ୍ୱନାଥ ରାଉତ, ଅଭିମନ୍ୟୁ ନାଏକ, ସଞ୍ଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା