ଓଡିଶା

ମଣିପାଲ୍ ହସ୍ପିଟାଲସ୍ ଭୁବନେଶ୍ୱରରେ ଆରମ୍ଭ ହେଲା ବୋନ୍ କ୍ୟାନସର ଚିକିତ୍ସା…

ପରାମର୍ଶ ଦେବେ ଦେଶର ଅଭିଜ୍ଞ ଅର୍ଥୋପେଡିକ୍ ଅଙ୍କୋଲଜିଷ୍ଟ୍ ଡାକ୍ତର ଶ୍ରୀମନ୍ଥ ବି.ଏସ୍
ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ବୋନ୍ କ୍ୟାନସର ଚିକିତ୍ସା ପାଇଁ ଆଉ ଯିବାକୁ ପଡିବ ନାହିଁ ରାଜ୍ୟ ବାହାରକୁ । ରାଜଧାନୀ ଖଣ୍ଡଗିରି ନିକଟରେ ଥିବା ମଣିପାଲ୍ ହସ୍ପିଟାଲସ୍ ଭୁବନେଶ୍ୱରଠାରେ ଆରମ୍ଭ ହେଲା ବୋନ୍ କ୍ୟାନସର ବା ଅସ୍ଥିଶଲ୍ୟ କର୍କଟ ରୋଗର ଚିକିତ୍ସା । ଦେଶର ବରିଷ୍ଠ ଅର୍ଥୋପେଡିକ୍ ଅଙ୍କୋଲଜିଷ୍ଟ୍ ଡାକ୍ତର ଶ୍ରୀମନ୍ଥ ବି.ଏସ୍. ଆସନ୍ତା ୧୯ ତାରିଖ (ଗୁରୁବାର) ଦିନ ସକାଳ ୧୧ଟା ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମଣିପାଲ ହସ୍ପିଟାଲସ୍ ଭୁବନେଶ୍ୱରଠାରେ ରୋଗୀଙ୍କୁ ପରାମର୍ଶ ଦେବେ । ଡାକ୍ତର ଶ୍ରୀମନ୍ଥ ବର୍ତ୍ତମାନ ବେଙ୍ଗାଲୁରୁ ପୁରୁଣା ଏୟାରପୋର୍ଟ ରୋଡ ସ୍ଥିତ ମଣିପାଲ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଚଳିତ ମାସ ଠାରୁ ପ୍ରତି ମାସରେ ଥରେ ମଣିପାଲ୍ ହସ୍ପିଟାଲସ୍ ଭୁବନେଶ୍ୱର ଆସିବେ ବୋଲି ସେ ସୂଚନା ଦେଇଛନ୍ତି । ବିଭିନ୍ନ ପ୍ରକାର ବୋନ୍ କ୍ୟାନସରର ଲକ୍ଷଣ ଯେପରିକି, ଦୀର୍ଘଦିନ ଧରି ହାଡ଼ରେ ଯନ୍ତ୍ରଣା, ଗଣ୍ଠି ଫୁଲିବା, ହାଡ ବଢ଼ିବା କିମ୍ବା ସମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବା ଭଳି ଲକ୍ଷଣ ଦେଖାଯାଉଛି, ତେବେ ଆଉ ଡେରି ନକରି ମଣିପାଲ୍ ହସ୍ପିଟାଲସ୍ ଭୁବନେଶ୍ୱରରେ ଡାକ୍ତର ଶ୍ରୀମନ୍ଥ ବି.ଏସ୍.ଙ୍କ ସହିତ ପରାମର୍ଶ କରିପାରିବେ । ଜଣେ ଅର୍ଥୋପେଡିକ୍ ଅଙ୍କୋଲଜିଷ୍ଟ୍ ଭାବରେ ଡାକ୍ତର ଶ୍ରୀମନ୍ଥ ବି.ଏସ୍. ସାରା ଭାରତର ବେଶ ସୁପରିଚିତ । ଦେଶ ବିଦେଶରେ ଅନେକ ପ୍ରତିଷ୍ଠିତ ମେଡିକାଲ ଯେପରିକି ଶ୍ରୀ ଦେବରାଜ ମେଡିକାଲ କଲେଜ, ଏମ୍ ଏସ୍ ରାମିହା ମେଡିକାଲ କଲେଜ, ସାଉଥ୍ କୋରିଆର ସେଉଲ ନ୍ୟାସଲାନ୍ ୟୁନିର୍ଭସିଟି, ଇଟାଲିର ରିଜେଇ ଅର୍ଥୋପେଡିକ୍ ଇନଷ୍ଟିଟ୍ୟୁଟ୍ ଏବଂ ମୁମ୍ବାଇ ଟାଟା ମେରିଆଲ କ୍ୟାନସର ହସ୍ପିଟାଲରୁ କାର୍ଯ୍ୟ କରିବା ଅଭିଜ୍ଞତା ରହିଛି ତାଙ୍କ ପାଖରେ ।
ପ୍ରାରମ୍ଭିକ ଷ୍ଟେଜ୍ରେ ବୋନ୍ ଟିମ୍ୟୁର ପାଇଁ ମିନିମାଲ୍ ଇନ୍ଭେସିପ ପଦ୍ଧତିରେ ସର୍ଜରୀ । ହାଡ଼ କିମ୍ବା ଟିସୁରେ କ୍ୟାନସର ହୋଇଥିଲେ ଅଙ୍ଗକୁ ରକ୍ଷା କରି ସର୍ଜରୀ । ପିଲାଙ୍କ ଅଙ୍ଗକୁ ରକ୍ଷା କରି ସର୍ଜରୀ, ଟିମ୍ୟୁର ମେଗାପ୍ରୋଥେସିସ୍ ପୁର୍ନଗଠନ ଏବଂ ଆଭ୍ୟନ୍ତରୀଣ ହେମିପେଲଭେକ୍ଟୋମି ଓ ସାକ୍ରୋକ୍ଟେମି ଇତ୍ୟାଦି ଚିକିତ୍ସା କରିବାରେ ଡାକ୍ତର ଶ୍ରୀମନ୍ଥ ବି.ଏସ୍.ଙ୍କ ରହିଛି ସ୍ୱତନ୍ତ୍ର ପରିଚୟ । ଏ ସମ୍ପର୍କରେ ସୂଚନା ଦେଇ ମଣିପାଲ୍ ହସ୍ପିଟାଲସ୍ ଭୁବନେଶ୍ୱରର ମେଡିକାଲ ଡାଇକ୍ଟେଟର ଡାକ୍ତର ଶକ୍ତୀମୟ ମହାପାତ୍ର କହିଛନ୍ତି ଯେ, ମଣିପାଲ୍ ହସ୍ପିଟାଲ ଏବେ କ୍ୟାନସର ରୋଗର ସଫଳ ଚିକିତ୍ସା ପାଇଁ ଅଧିକ ଯତ୍ନବାନ ହୋଇଛି । ଡାକ୍ତର ଶ୍ରୀମନ୍ଥ ବି.ଏସ୍.ଙ୍କ ଭଳି ଅଭିଜ୍ଞ ଅର୍ଥୋପେଡିକ୍ ଅଙ୍କୋଲଜିଷ୍ଟ୍ ପ୍ରତି ମାସରେ ମଣିପାଲ ହସ୍ପପିଟାଲ୍, ଭୁବନେଶ୍ୱର ଅସିବା ଓଡ଼ିଶା ପାଇଁ ଗର୍ଗର ବିଷୟ । ଅନେକ ରୋଗୀ ଏହାର ସୁଫଳ ନେଇ ପାରିବେ । ଆଗାମୀ ଦିନରେ ଅନ୍ୟାନ୍ୟ ବିଭାଗର ଅଭିଜ୍ଞ ଡାକ୍ତର ମାନେ ମଧ୍ୟ ଆସିବାର ଯୋଜନା ହୋଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା