ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ…

ନିଶ୍ଚିନ୍ତକୋଇଲି, (ଏଫ୍ଟୁଏସ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ବ୍ଲକ ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ଅନ୍ତର୍ଗତ ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବପ୍ରସାଦ କରଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସେଠୀ ପ୍ରଥମେ ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ସ୍ୱର୍ଗତ ବୀରବର ସାହୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସାହିତି୍ୟକ ଡ଼. ଗୋବିନ୍ଦ ଭୂୟାଁ, ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷହୀରା ଲାବନ୍ୟବତୀ ବେହେରା, ସାହିତି୍ୟକା ଡ଼. ଆରତୀ କର, ଅକ୍ଷୟ କୁମାର ନନ୍ଦ, ଶିକ୍ଷାବିତ୍ ରବୀନ୍ଦ୍ରନାଥ ପ୍ରଧାନ, ସରପଞ୍ଚ ବିଶ୍ୱ ଭୂଷଣ ନାୟକ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଡ଼. ଶାରଦା ପ୍ରସାଦ କର ଯୋଗ ଦେଇଥିବାବେଳେ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦାନ କରଥିଲେ । ମଞ୍ଚାସୀନ ବକ୍ତାମାନେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କରଙ୍କର ଉତ୍ତମ ଶିକ୍ଷାଦାନ ସହ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ବିଧାୟକ ଶ୍ରୀ ସେଠୀ ପ୍ରଧାନ ଶିକ୍ଷକ ଶ୍ରୀ କରଙ୍କର ଶିକ୍ଷାଦାନ ଶୈଳୀ ଓ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱର ଉଚ୍ଚ ପ୍ରଶଂସା କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ କରଙ୍କୁ ବିଧାୟକ ଶ୍ରୀ ସେଠୀଙ୍କ ସମେତ ଉତ୍ସବରେ ବହୁ ଶିକ୍ଷକ, ସହକର୍ମୀ, ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧନା ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସହକର୍ମୀ ଓ ଛାତ୍ରଛାତ୍ରୀମାନେ ସହାୟତା କରିଥିଲେ ।