ଶ୍ରମ ବିଭାଗର ଚଢାଉ, ବେଗୁନିଆପଡ଼ା ହୋଣ୍ଡା ସୋରୁମରୁ ୨ ଶିଶୁ ଶ୍ରମିକ ଉଦ୍ଧାର…

ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ ଜଣ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୧୪ ବର୍ଷରୁ କମ୍ ଶିଶୁକୁ ଛତ୍ରପୁର କାର୍ଯ୍ୟାଳୟକୁ ଅଣାଯାଇଛି । ବେଗୁନିଆପଡ଼ା ସ୍ଥିତ ସ୍ୱୟମ୍ ହୋଣ୍ଡା ସୋରୁମରୁ ୨ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଏହି ଅଚାନକ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ସୋ ରୁମରେ ଏମାନଙ୍କୁ ବେଆଇନ ଭାବେ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଅଧିକାରୀ ଜାଣିବାକୁ ପାଇଥିଲେ । ଉଭୟ ନାବାଳକଙ୍କ ଗ୍ରାମ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କଣ୍ଟାପଡା ବୋଲି ସୂଚନା ମିଳିଛି । ଉକ୍ତ ସୋ ରୁମରେ କିଛି ଦିନ ହେବ ଶିଶୁ ଶ୍ରମିକମାନେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ପରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଶ୍ରମ ବିଭାଗ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।