ଓଡିଶା

ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୁର୍ତ୍ତ…

ହିନ୍ଦୋଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ସାଇଣ୍ଟିଫିକ୍ ଟିମର ତନାଘନା ଜାରି । ହିନ୍ଦୋଳ ଥାନା ଓ ଏନ୍ଏସି ୧୨ ନଂ ୱାର୍ଡ ତାରିଣୀବିହାର ସ୍ଥିତ ମା ତାରିଣୀ ମୋବାଇଲ ଦୋକାନରୁ କେହି ଦୃର୍ବୁର୍ତ୍ତ ମୋବାଇଲ ଫୋନ୍, ଗୋଟିଏ ପ୍ରିଣ୍ଟର, ମାଇକ୍ରୋ ମାକ୍ସ କମ୍ପାନୀର କିପ୍ୟାଡ ସେଟ୍, ବହୁ ମୋବାଇଲ ଫୋନ୍ ସରଞ୍ଜାମ ସମେତ ନଗଦ ୫ ହଜାର ଟଙ୍କା ଏବଂ କିଛି ଡାଏରୀ ଓ ଖାତା ପତ୍ର ଇତ୍ୟାଦି ଚୋରି କରି ନେଇଥିବା ଜଣାପଡ଼ଛି । ଏ ନେଇ ନିକଟସ୍ଥ ସାଇ ସୋନାଖି ସିମେଣ୍ଟ ଇଟା ଫ୍ୟାକ୍ଟ୍ରିର ମାଲିକ ଶୁଭେନ୍ଦୁ କୁମାର ଦାସ ନିଜ ଫ୍ୟାକ୍ଟ୍ରି ରାତ୍ରି ଜଗୁଆଳିଙ୍କଠାରୁ ଖବର ପାଇବା ପରେ ଘଟଣା ସ୍ଥଳକୁ ଯାଇ ସାମ୍ନାରେ ଲାଗିଥିବା ନିଜର ଦୁଇଟି ସିସି ଟିଭି କ୍ୟାମେରା ଭଙ୍ଗା ଯାଇଥିବାର ଦେଖି ଘଟଣା ସଂକ୍ରାନ୍ତରେ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଚୋରି ଘଟଣାର ପ୍ରାଥମିକ ତଦନ୍ତ କରିବା ସହ ସନ୍ଧାନ ପାଇଁ ସାଇଣ୍ଟିଫିକ୍ ଟିମର ସହାୟତା ଲୋଡ଼ିଥିଲେ । ଘଟଣା ସ୍ଥଳରେ ପୋଲିସ୍ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ଦୋକାନ ମାଲିକ ଶୁଭେନ୍ଦୁଙ୍କ ଜଣେ ସମ୍ପର୍କୀୟ ଭାଇ ମୃତ୍ୟୁଞ୍ଜୟ ଦାସ ପ୍ରତିଦିନ ଦୋକାନ ଖୋଲି ବ୍ୟବସାୟ କରନ୍ତି । ସବୁଦିନ ଭଳି ସନ୍ଧ୍ୟା ପରେ ଦୋକାନ ତାଲା ପକାଇ ସେ ଟାଉନ ଅନ୍ତର୍ଗତ ପାଟଣା ସାହି ସ୍ଥିତ ନିଜ ଘରକୁ ଆସିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା