ବାର୍ଦ୍ଧକ୍ୟ ଭତ୍ତା ଦାବିରେ ବିଜେଡ଼ିର ଗଣ ଧାରଣା…

ନୀଳଗିରି, (ଏଫ୍ଟୁଏସ୍/ ସତ୍ୟାନନ୍ଦ ପାତ୍ର) : ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବି ନେଇ ବିଜୁ ଜନତା ଦଳ ପକ୍ଷରୁ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଗଣଧାରଣା । ଉକ୍ତ ଗଣଧାରଣାରେ ନୀଳଗିରି ନିର୍ବାଚନ ମଣ୍ଡଳୀର ହଜାରେରୁ ଉର୍ଦ୍ଧ ବିଧବା, ବୃଦ୍ଧ-ବୃଦ୍ଧା ଓ ଦିବ୍ୟାଙ୍ଗ ଭତ୍ତାଧାରୀମାନେ ବିଜୁଜନତା ଦଳ କାର୍ଯ୍ୟାଳୟରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଏଥିରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ଉକ୍ତ ଧାରଣାରେ ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ନୀଳଗିରି, ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଶୁଭେନ୍ଦୁ ମଙ୍ଗରାଜ, ପୂର୍ବତନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ. ସାଂସଦ ପ୍ରାଥୀନି ଲେଖାଶ୍ରୀ ସାମନ୍ତରାୟ ସିଂହାର, ତାପସ୍ ପରିଡା, ଗତିକୃଷ୍ଣ ନନ୍ଦ, ଗଙ୍ଗାଧର ମିଶ୍ର, ମଦନମୋହନ ମାଝୀ, ରବିନ୍ଦ୍ର ପରିଡା, ଉପେନ୍ଦ୍ର ଦାସ, ବିଜୟ ଲେଙ୍କା, ସୁନୀତି ସିଂ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ବିଜେପି ସରକାର ବିରୋଧରେ ବକ୍ତବ୍ୟ ରଖିଥିଲେ । ମିଛ ପ୍ରତିଶ୍ରୁତି ଦେଇ ଭୋଟ ନେଲେ ମାତ୍ର ପ୍ରତିଶ୍ରୁତି ପାଳନ କରି ପାରିନାହାଁନ୍ତି । ତିନି ହଜାର ଟଙ୍କା ଭତ୍ତା ଦେବାପାଇଁ କହିଥିଲା ହେଲେ ଅଶୀ ବର୍ଷରୁ ଉର୍ଦ୍ଧ୍ୱ ବୟସ ଏବଂ ଅଶୀ ପ୍ରତିଶତ ଉଦ୍ଧ୍ୱର୍ ବିକଳାଙ୍ଗଙ୍କୁ ତିନି ହଜାର ପାଞ୍ଚଶହ ଦେବେ ବୋଲି କହିଲେ । ଏଭଳି ବୟସର ଲୋକ ଗୋଟେ ଗୋଟେ ପଞ୍ଚାୟତରେ ଦଶ ପନ୍ଦର ଜଣ ମିଳିବା କ୍ୱଚିତ୍ ଅନ୍ୟପକ୍ଷରେ ବିକଳାଙ୍ଗ ମଧ୍ୟ କ୍ୱଚିତ୍ । ତେଣୁ ଦେଇଥିବା ପ୍ରତଶ୍ରୁତି ପ୍ରତି ଭତ୍ତାଧାରୀକୁ ତିନି ହଜାର କରି ଦେବାକୁ ଦାବିକରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ତେବେ ଉପଜିଲ୍ଲାପାଳ ଧାରଣା ସ୍ଥଳରୁ ଦାବୀପତ୍ର ଗ୍ରହଣ କରି ଏହାକୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବେ ବୋଲି କହିଥିଲେ ।