ଓଡିଶା

ଜଟଣୀ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର…

ଖୋର୍ଦ୍ଧା, (ଏଫ୍ଟୁଏସ୍) : ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ଜଟଣୀ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ପ୍ରତାପ ଚନ୍ଦ୍ର ବେହେରା, ଉପ-ଜିଲ୍ଲାପାଳ. ଭୁବନେଶ୍ୱର ଶ୍ରୀ ମହେନ୍ଦ୍ର ପଣ୍ଡା, ଡେପୁଟି କଲେକ୍ଟର, ଅଭିଯୋଗ ସୁଶ୍ରୀ ଶ୍ରୀତପା ମିଶ୍ର, ବିଡିଓ ଜଟଣୀ ରଶ୍ମିତା ନାଥ, ତହସିଲଦାର ଜଟଣୀ ପୀ୍ରତି ପର୍ଣ୍ଣା ମିଶ୍ର, ଏସିପି ଜୋନ୍-୪, ଭୁବନେଶ୍ୱର ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଅବକାରୀ ଅଧିକ୍ଷକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ପ୍ରକଳ୍ପ ନିଦେ୍ର୍ଦଶକ, ଜଳଛାୟା ଓ ନିର୍ବାହୀ ଯନ୍ତ୍ରୀ ଜଳ ନିଷ୍କାସନ ଖଣ୍ଡଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀକୁ ମୋଟ ୯୦ଟି ଅଭିଯୋ ଆସିଥିଲା । ସେଥିମଧ୍ୟରୁ ୮୦ଟି ବ୍ୟକ୍ତିଗତ, ଗ୍ରାମୀଣ ସମସ୍ୟା ଜନତି ୮ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ ୧ଟି ଏବଂ ସହାୟତା ରାଶି ବାବଦକୁ ୨୦ ହଜାର ଟଙ୍କା ଏବଂ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ ଗୋଟିଏ ଦରଖାସ୍ତ ଆସିଥିଲା । ଏହି ଅବସରରେ ଜିଲ୍ଲାପାଳ ୧୦ ହଜାର ଟଙ୍କାର ସହାୟତା ରାଶି ଅନୁମୋଦନ କରିଥିଲେ । ଅଭିଯୋଗଗୁଡିକ ମଧ୍ୟରେ ମୁଖ୍ୟତଃ ସାମାଜିକ ସୁରକ୍ଷା, ଗ୍ରାମୀଣ ଜଳଯୋଗାଣ ଓ ପରିମଳ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, କ୍ଷୁଦ୍ର ଜଳସେଚନ ଏବଂ ଜଳ ନିଷ୍କାସନ ଆଦି ଯୋଜନା ସମ୍ବନ୍ଧୀୟ ଥିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା