ଜନ୍ମାଷ୍ଟମୀ ଉପଲକ୍ଷେ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବଡ଼ ରାଧାକାନ୍ତ ମଠରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଓ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ନଗର ସଭାପତି କୈଳାସ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ନଗର ସଭାପତି କୈଳାସ ପଟ୍ଟନାୟକ, ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରିଣୀ ସଭାପତି ଲୋକନାଥ ମିଶ୍ର, ଦେବୀ ମଠର ମହନ୍ତ ମହାରାଜା ରାମାନନ୍ଦ ଦାସଜୀ, ସିସିଡିର ସମ୍ପାଦକ ଜଗନ୍ନାଥ ରାଜୁ, ବିଶ୍ୱ ହିନ୍ଦୁ ପରିଷଦର କୋଷାଧ୍ୟକ୍ଷ ହରି ମୋହନ ପଟ୍ଟନାୟକ, ଉପ ସଭାପତି ଆଶାଲତା ପାଣିଗ୍ରାହୀ, ଗୋ ରକ୍ଷକ ମନୋଜ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ବିଶ୍ୱ ହିନ୍ଦୁ ପରିଷଦର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ମତବ୍ୟକ୍ତ କରିଥିଲେ । ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ କୁନି କୁନି ବାଳକ ବାଳିକାମାନେ ରାଧାକୃଷ୍ଣ ବେଶ ଧରଣ କରିଥିଲେ । ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରବିନ ସାହୁକାର, କୈଳାସ ବିଶ୍ୱାଳ, ବାଳକୃଷ୍ଣ ପାତ୍ର, ସନୁ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।