କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା…

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଫୁଲବାଣୀ ସେନାପତି ରେସିଡେନ୍ସିଠାରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିସେଶ୍ୱର ଟୁଡୁ ଯୋଗ ଦେଇଥିଲେ । ସେହିପରି ସମ୍ନାନିତ ଅତିଥି ଭାବେ ରାଜ୍ୟ ପ୍ରଭାରୀ ପବିତ୍ର ମୋହନ ଦାଶ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଲିଙ୍ଗରାଜ ଦଳବେହେରା ସାଧାରଣ ସମ୍ପାଦକ, ଜିଲ୍ଲା ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ, ପୂର୍ବତନ ବିଧାୟକ ମନୋଜ କୁମାର ପ୍ରଧାନ ଏବଂ ପୃର୍ବତନ ବିଧାୟୀକା ଅଜୟନ୍ତୀ ପ୍ରଧାନ ଉପସ୍ଥିତ ରହି ଡବଲ ଇଞ୍ଜିନ ସରକାର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଜନସାଧାରଣ ପାଖରେ ପହଞ୍ଚାଇବା ସହିତ ନୃତନ ସଦସ୍ୟ ଗ୍ରହଣ ଅଭିଯାନ ସମ୍ବନ୍ଧରେ ନିଜର ମତାମତ ରଖିଥିଲେ । ଏଥିରେ ଓଡ଼ିଶାରେ ବିଜେପି ସଂଗଠନ ଆହୁରି ସୁଦୃଢ଼ କରିବା ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଏବଂ ପ୍ରତ୍ୟେକ ବ୍ଳକôରୁ ସମିତି ସଭ୍ୟ ଏବଂ ସରପଞ୍ଚ ଉପସ୍ଥିତ ଥିଲେ ।