ଓଡିଶା

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ…

ଗଜପତି, (ଏଫ୍ଟୁଏସ୍/ ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପଖଣ୍ଡ ବେତାଗୁଡ଼ା ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ “ଜାତୀୟ ମହାକାଶ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ ପହଞ୍ଚିଥିଲା । ଏହା ଭାରତୀୟ ମହାକାଶ ଇତିହାସର ଏକ ସ୍ୱର୍ଣ୍ଣିମ ଦିବସ ଥିଲା । ତେଣୁ ଏହି ଦିନରେ ପ୍ରତିବର୍ଷ ରାଷ୍ଟ୍ରୀୟ ମହାକାଶ ଦିବସ ଭାବେ ପାଳନ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ମୁଖ୍ୟତଃ ଏହା ଭାରତୀୟ ନାଗରିକ ଓ ବୈଜ୍ଞାନିକଙ୍କ ମଧ୍ୟରେ ମହାକାଶ ଅଭିଯାନ ଦୃଷ୍ଟିଭଙ୍ଗିକୁ ଅଧିକ ବ୍ୟାପକ କରିବା ଆଶା ରହିଛି । ଦେଶବ୍ୟାପୀ ପ୍ରଥମ କରି ଏହି ରାଷ୍ଟ୍ରୀୟ ମହାକାଶ ଦିବସ ପାଳନ କରା ଯାଉଥିବା ବେଳେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି ।
ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ଏସେମ୍ଳି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଜାତୀୟ ମହାକାଶ ଦିବସ ପାଳନର ଆଭିମୁଖ୍ୟ ସହ ଏହାର ଉଦେ୍ଦଶ୍ୟ ଓ ଦୃଷ୍ଟିଭଙ୍ଗୀ ସମ୍ପର୍କରେ କହି ଦିବସର ବିଷୟ ବାର୍ତ୍ତା:- “ଚନ୍ଦ୍ରକୁ ଛୁଇଁ ଜୀବନକୁ ଛୁଇଁବା – ଭାରତର ମହାକାଶ ଗାଥା’ ଉପରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ଭାଗନେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଥିଲେ ।
ଏଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ଅଭିଯାନ ସମ୍ପର୍କିତ ଏକ ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହ ଭିଡିଓ ଚିତ୍ର ମାଧ୍ୟମରେ ମହାକାଶ ଅଭିଯାନ ସମ୍ପର୍କରେ ବିଭିନ୍ନ ଉପାଦେୟ ଚିତ୍ର ପ୍ରଦର୍ଶନ କରା ଯାଇଥିଲା । ପରେ ଏ ସମ୍ପର୍କିତ ଏକ ମହାକାଶ ଅଭିଯାନ ତଥା ଚନ୍ଦ୍ରଯାନ ୩ ଉପରେ ବିଭିନ୍ନ ଚିତ୍ର ଦେଖାଇ ଓ ବୁଝାଇ ପିଲାଙ୍କ ମନରେ ଏ ସମ୍ପର୍କିତ ଉପାଦେୟ ଧାରଣା ଦିଆ ଯାଇଥିଲା ।
କାର୍ଯ୍ୟକ୍ରମ ସମ୍ପର୍କରେ ବିଦ୍ୟାଳୟର ଛାତ୍ରୀ ରାଜଶ୍ରୀ ପାତ୍ର ଏବଂ ଛାତ୍ର ଶୁଭ ପ୍ରକାଶ ସୋରେନ ସେମାନଙ୍କ ପ୍ରତିକ୍ରିୟା ରଖିବା ସହ ବିଦ୍ୟାଳୟର ପ୍ରିନିସିପାଲ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଯେ , ପିଲାଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି କେତେଦୂର ଆଗେଇଛି ଓ କିଭଳି , ତାହା ଅବଗତ କରାଇବା ଏବଂ ମହାକାଶ ବିଜ୍ଞାନକୁ କିଭଳି ସାଧାରଣ ଶିକ୍ଷା ସ୍ତରରେ ସମ୍ପ୍ରସାରଣ କରି ଏ ଦିଗରେ ପ୍ରେରଣା ଯୋଗାଇବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମହାକାଶ କାର୍ଯ୍ୟକ୍ରମ ପାଇଁ ଆଗ୍ରହ ବଢାଇବା ସହ ଅନୁପ୍ରାଣିତ କରିବ ଏବଂ ସର୍ବୋପରି ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ମହାକାଶ କ୍ଷେତ୍ରରେ ଜ୍ଞାନବୃଦ୍ଧି ଦିଗରେ ସହାୟକ ହେବ , ତାହାହିଁ ଏହି କାର୍ଯ୍ୟକ୍ରମ ମୂଳଲକ୍ଷ୍ୟ ବୋଲି କହିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା