ଭିଜିଲାନ୍ସ ଜାଲରେ OSRTC ମୁଖ୍ୟ ଆକାଉଣ୍ଟସ୍ ଅଫିସର୍…

ଓଏସଆରଟିସିର ମୁଖ୍ୟ ଆକାଉଣ୍ଟସ୍ ଅଫିସର୍ ବିଜୟ କୁମାର ମଙ୍ଗରାଜଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ଘର ଓ କାର୍ଯ୍ୟାଳୟ ସମେତ ୬ଟି ଏବଂ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି ।
ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି । ଭୁବନେଶ୍ୱର ନନ୍ଦନ ବିହାର ସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ନମ୍ବର ୩୦୧, ଟାଓ୍ବାର-୬, ଜେଡ-୧ ଇଷ୍ଟେଟ୍, ପଳାଶୁଣୀରେ ଥିବା ଦୁଇଟି ଦୁଇମହଲା କୋଠା, ବାରିପଦା ଷ୍ଟେସନ ରୋଡରେ ଥିବା ଘର, ଭୁବନେଶ୍ୱର OSRTC ମୁଖ୍ୟ ଆକାଉଣ୍ଟ ଅଫିସ, ଖାରବେଳ ଭବନରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱର IDCO ଟାୱାରରେ ଥିବା ଅଫିସରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ୮ ଜଣ DSP, ୮ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।