ଓଡିଶା

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶଙ୍କ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶ (୨୦୨୧ ବ୍ୟାଚ୍)ଙ୍କ ନିଯୁକ୍ତି ପ୍ରଶିକ୍ଷଣ (ଇଣ୍ଡକ୍ସନ ଟ୍ରେନିଂ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦେଶକ ତଥା ଶ୍ରୀ ଜି.ମାଥିଭାଥନନଙ୍କ ଉପସ୍ଥିତି ତଥା ପରିଚାଳନାରେ ଏହି ପ୍ରଶିକ୍ଷଣର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୦୧୭ ବ୍ୟାଚର ଜଣେ ପ୍ରୋବେସନରଙ୍କ ସମେତ ମୋଟ ୪୮ଜଣ ପ୍ରୋବେସନର ଯୋଗ ଦେଇଛନ୍ତି । ଏହି ପ୍ରୋବେସନରମାନଙ୍କ ମଧ୍ୟରେ ୨୦ଜଣ ମହିଳା ଅଛନ୍ତି, ଯାହା ରାଜ୍ୟର ପ୍ରଶାସନିକ ସେବାରେ ମହିଳାଙ୍କ ଅଂଶ ଗ୍ରହଣ ବୃଦ୍ଧି ଦର୍ଶାଉଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏହି ଯୁବ ଅଧିକାରୀ ପ୍ରଶିକ୍ଷଣର୍ଥୀଙ୍କଠାରୁ ରାଜ୍ୟ କ’ଣ ଆଶା କରୁଛି, ସେ ବିଷୟରେ ନିଜର ଚିନ୍ତାଧାରା ବ୍ୟକ୍ତ କରିଥିଲେ । ବିଭିନ୍ନ ପଦବୀ ଓ ଦାୟିତ୍ୱରେ ନିଜ କ୍ୟାରିୟରର ଅନେକ ଉଦାହରଣ ଦେଇ ସେ କହିଥିଲେ ଯେ, ପରିବର୍ତ୍ତନ ଆଣିବାରେ ବହୁ ଆହ୍ୱାନର ମୁକାବିଲା କରିବାକୁ ପଡ଼ିଥାଏ । ସମ୍ବଳର ବିକାଶ ଏବଂ ଅଭିବୃଦ୍ଧି ସୂଚକାଙ୍କରେ ଉନ୍ନତି ମାଧ୍ୟମରେ ପରିବର୍ତ୍ତନ ଆସିଥାଏ । ୱିଲିୟମ ୱାର୍ଡସ ୱର୍ଥଙ୍କ ପଂକ୍ତିକୁ ଉଦାହରଣ ଦେଇ କମ୍ ବୟସରେ ଅଧିକାରୀମାନେ ଲୋକଙ୍କ ଜୀବନରେ କିପରି ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ, ସେଥିପ୍ରତି ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ୨୦୩୬ ସୁଦ୍ଧା ଓଡ଼ିଶା ରାଜ୍ୟ ଗଠନର ୧୦୦ବର୍ଷ ପୂର୍ତ୍ତିପାଳନ ହେବାକୁ ଯାଉଥିବା ବେଳେ, ବିକଶିତ ଓଡ଼ିଶା ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ ହୋଇଛି ଏବଂ ଅମଲାତନ୍ତ୍ର ଏହି ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ କରିବ ବୋଲି ସେ କହିଥିଲେ । ଏହାସହ ଯୁବ ଅଧିକାରୀଙ୍କୁ ବ୍ୟକ୍ତିତ୍ୱ, ଗୁଣ ଓ ଦକ୍ଷତାର ବିକାଶ, ପ୍ରଶାସନିକ ଦକ୍ଷତା ଓ ମନୋଭାବ ପୋଷଣ କରିବା ସହ ଓଡ଼ିଶାକୁ ୧୦% ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବା ପାଇଁ ଶୃଙ୍ଖଳିତ ଧାରା, ସ୍ଥିର ଚିତ୍ତରେ ଓ ବୃତ୍ତିଗତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ସରକାରଙ୍କ ନାଗରିକ କୈନ୍ଦ୍ରିକ ସୁଶାସନ ପାଇଁ ପଦକ୍ଷେପ ନେବାକୁ ସକ୍ଷମ ହେଉଥିବା ଯୁବଅଧିକାରୀ ପ୍ରଶିକ୍ଷଣର୍ଥୀମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ, ସେମାନଙ୍କଠାରୁସମ୍ଭାବ୍ୟସୁପାରିଶସଂଗ୍ରହଏବଂସଂକଳନକରିବାପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ଏକକକ୍ଷ(ସେଲ) ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଏହି ଦିନକୁ ଯୁବଅଧିକାରୀଙ୍କ କ୍ୟାରିୟର ପୁସ୍ତକର କଭର ପୃଷ୍ଠା ଭାବେ ବର୍ଣ୍ଣନା କରିଥିଲେ । ଯୁବ ଅଧିକାରୀମାନଙ୍କୁ ଜ୍ଞାନ ଓ ଅଭ୍ୟାସର ବିଭିନ୍ନ କ୍ଷେତ୍ରରେ ପରିଚିତ କରାଇ ସେମାନଙ୍କ କ୍ୟାରିୟର ଗଠନ କରିବାରେ ଜିଏଏ ପାଇଁ ରହିଥିବା ଆହ୍ୱାନ ଓ ଦାୟିତ୍ୱ ଉପରେ ସେ ଗୁରୁତ୍ୱାରୋପ କରିବା ସହ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ ଉପାଦାନ ସଂପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସଦ୍ୱାରା ପ୍ରସ୍ତୁତ ଓ ସମ୍ପାଦିତ ୨୦୨୦ ବ୍ୟାଚର ଓଏଏସ ପ୍ରୋବେସନରଙ୍କଦ୍ୱାରା ପରିଚାଳିତ ତିନିଖଣ୍ଡ ପୁସ୍ତକ ସମୀକ୍ଷାକୁ ମୁଖ୍ୟ ଶାସନସଚିବ ଉନ୍ମୋଚନ କରିଥିଲେ । ପ୍ରଶିକ୍ଷଣର ଆସୋସିଏଟ୍ କୋର୍ସ ଡାଇରେକ୍ଟର ତଥା ଯୁଗ୍ମ ନିର୍ଦ୍ଦେଶକ (ଏଫ୍ ଆଣ୍ଡଏ) ଶ୍ରୀ ଦେବ କଲ୍ୟାଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଡ. ହିମାଂଶୁ ଭୂଷଣ ପଣ୍ଡା, ଏକାଡେମୀର ଉପମହାନିର୍ଦ୍ଦେଶକ ଲାଲା ମନୋଜ କୁମାର ରାୟ, ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସର ନିର୍ଦ୍ଦେଶକ ଡ. ଶଶାଙ୍କ ଗ୍ରହାଚାର୍ଯ୍ୟଙ୍କ ସମେତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏବଂ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସର ବରିଷ୍ଠ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା