ଓଡିଶା

ଆଖି ବୁଜିଲେ ଥାନା ସମ୍ମୁଖରେ ଆତ୍ମାହୁତି କରିଥିବା ମହିଳା…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ମାହାଙ୍ଗା ଥାନା ସମୁଖରେ ଆତ୍ମାହୁତି କରିଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଉଛି ରଶ୍ମିତା ଦାସ । ଆତ୍ମାହୁତି ଉଦ୍ୟମ ପରେ ରଶ୍ମିତା ଗୁରୁତର ହୋଇ କଟକ ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସାଧନ ଥିଲେ । ଡାକ୍ତରୀ ଟିମର ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସେ ପ୍ରାଣ ହରାଇଛନ୍ତି । 

ସୂଚନା ଯୋଗ୍ୟ, ଗତ ୧୬ ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ରଶ୍ମିତା । ଏକ ଚୋରି ଅଭିଯୋଗରେ ମାହାଙ୍ଗା ଥାନା ପୁଲିସ୍ ରଶ୍ମିତାଙ୍କ ସ୍ବାମୀ ଶଙ୍କର ଦାସଙ୍କୁ ଗିରଫ କରିଥିଲା । ପୁଲିସ୍ ଶଙ୍କରଙ୍କ ବିରୋଧରେ ମିଛ ମାମଲା ଦାୟର କରିଥିବା ଅଭିଯୋଗ ନେଇ ଥାନାକୁ ଆସିଥିଲେ ରଶ୍ମିତା । ଏହି ସମୟରେ ସେ ପୁଲିସ୍ ନିକଟରେ ସ୍ବାମୀକୁ ଛାଡି ଦେବାକୁ ବହୁ ଅନୁରୋଧ କରିଥିଲେ । ଜବାବରେ ପୁଲିସ୍ ରଶ୍ମିତାଙ୍କୁ କୁଆଡେ ବହୁ ଗାଳିଗୁଲଜ କରିବା ସହିତ ତାଙ୍କ ପର୍ତି ଅପଶବ୍ଦ ବ୍ୟବହାର କରିଥିଲେ । ଏଥିରେ ମର୍ମାହାତ ହୋଇ ରଶ୍ମିତା ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଯାହାଫଳରେ ତାଙ୍କ ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମାହାଙ୍ଗା ମେଡିକାଲ ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ୬ ଦିନ ଧରି ଚିକିତ୍ସିତ ହେଉଥିଲେ ରଶ୍ମିତା । ମାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା