ଓଡିଶା

ଏଲିଗେଣ୍ଟ ଟିଏମ୍‌ଟି ତରଫରୁ କାଉଡିଆ ଭକ୍ତଙ୍କ ପାଇଁ ଜଳଦାନ ଶିବିର…

ପାଳିତ ହୋଇଯାଇଛି ପବିତ୍ର ଶ୍ରାବଣ ମାସର ଅନ୍ତିମ ସୋମବାର । ଶେଷ ସୋମବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁ ମହାଦେବଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ସୁଅ ଛୁଟିଛି ବାବା ଚନ୍ଦନେଶ୍ୱରଙ୍କ ପୀଠକୁ । ଶ୍ରାବଣ ଶେଷ ସୋମବାରରେ ବାବାଙ୍କୁ ଦର୍ଶନ କରି ଭକ୍ତ ସେମାନଙ୍କ ମନବାଂଛା ପୂର୍ତ୍ତି ପାଇଁ ମାନସିକ କରନ୍ତି । ଏହି ଅବସରରେ କାଉଡିଆ ଭକ୍ତଙ୍କ ପାଇଁ ଚନ୍ଦନେଶ୍ୱର ଓ ସୁଗୋଠାରେ ଏଲିଗେଣ୍ଟ ଟିଏମ୍‌ଟି ପକ୍ଷରୁ ଜଳଦାନ ଶିବିର ଖୋଲାଯାଇଥିଲା । ଏହା ସହିତ ଭକ୍ତଙ୍କୁ ଫଳ ଏବଂ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏଲିଗେଣ୍ଟ ଟିଏମ୍‌ଟି ତରଫରୁ ଦିନରେ କାଉଡିଆ ଭକ୍ତଙ୍କ ଲାଗି ସୁଗୋଠାରେ ଘୋଳଦହି ବଣ୍ଟନ କରାଯାଇଥିଲା । ଏବଂ ଚନ୍ଦନେଶ୍ୱର ନିକଟରେ ରାତିରେ ଜଳଦାନ ସହିତ ସିଝା ବୁଟ, ଫଳ ଏବଂ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏଲିଗେଣ୍ଟର ଡିଲର ତଥା ରିଟେଲରମାନଙ୍କ ସହଭାଗିତାରେ ଏହି କାର୍ଯ୍ୟକ୍ରମକୁ ସୁବ୍ୟସ୍ଥିତ ଭାବେ ପରିଚାଳନା କରାଯାଇଥିଲା ।

କମ୍ପାନୀ ପକ୍ଷରୁ ଆସିଷ୍ଟାଣ୍ଟ ସେଲ୍ସ ମ୍ୟାନେଜର ବିଶ୍ୱଜିତ୍ ଦେ, ସେଲ୍ସ ଅଫିସର ଅମିତ୍ କୁମାର ଦାସ, ସୁମନ ମାଇତି, ଜୁନିୟର ଏକଜ୍ୟୁକେଟିଭ ଅଫିସର ଅନୁପ୍ ଡାନି, ବୈଷୟିକ କର୍ମଚାରୀ ଭାବରେ ସୌରଭ ଜାନା, ଆଶିଷ ପ୍ରଧାନ ଓ ସୁବାଷ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ପ୍ରତିବର୍ଷ କାଉଡିଆ ଭକ୍ତଙ୍କ ପାଇଁ ଏଲିଗେଣ୍ଟ ଟିଏମ୍‌ଟି ତରଫରୁ ଏହି କାର୍ଯ୍ୟକ୍ରମ ହୋଇଆସୁଛି । ତେବେ ଆଗାମୀ ଦିନରେ ଏହାକୁ ବ୍ୟାପକ ଭାବେ ଆୟୋଜନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା