ଓଡିଶା

ଭୁବନେଶ୍ବରରୁ ସିମ୍ ବକ୍ସ ଠାବ । ବଡ ଷଡଯନ୍ତ୍ରର ଆଭାସ !

ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣାରେ ରହିଛି ଇଣ୍ଟରନ୍ୟାସନାଲ୍‌ ଲିଙ୍କ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ସିମ୍ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ୍ ରହିଥିବା ସ୍ପଷ୍ଟ କରିଛନ୍ତି । ସିମ୍ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚିଥିଲା । ଏହି ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଇତ୍ୟାଦି ଇଣ୍ଟରନ୍ୟାଶନାଲରୁ କଲକୁ ପରିବର୍ତ୍ତନ କରାଯାଇ ଭାରତ ଭିତରକୁ ଛଡ଼ା ଯାଉଥିଲା । ସାଇବର ଫ୍ରଡ୍, ଆତଙ୍କବାଦୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ଏହି ଘଟଣାରେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିବା ନେଇ କହିଛନ୍ତି ପୋଲିସ କମିଶନର । ସେପଟେ ସିମବକ୍ସ ସହ ବାଂଲାଦେଶ ଲିଙ୍କ ପଦାରେ ପଡିବା ପରେ ପୋଲିସର ଚିନ୍ତା ବଢିଯାଇଛି । କାରଣ ସିମବକ୍ସର ବ୍ୟବହାର ଆତଙ୍କବାଦୀମାନେ କରିଥାନ୍ତି । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ ।

ରାଜଧାନୀ ଭୁବନେଶ୍ୱରରେ ୭ଟି ସିମ୍‌ ବକ୍ସ ଠାବ ହୋଇଛି । ଶୁକ୍ରବାର ରେଡ୍‌ ହୋଇଥିବା ଘରୁ ପାଖାପାଖି ୧୦୦୦ଟି ପ୍ରି ଆକ୍ଟିଭେଟ ସିମ୍‌ ମିଳିଛି । ସେଗୁଡିକ ସବୁ ପଶ୍ଚିମବଙ୍ଗରୁ ଆକ୍ଟିଭେଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ଆଶାଦୂର ଜମାନ । ଡିସେମ୍ବର ୨୪ରେ ପଶ୍ଚିମବଙ୍ଗ ଦେଇ ଫେରିଥିଲା ବାଂଲାଦେଶ । ଏହି ଅବଧି ମଧ୍ୟରେ ଭୁବନେଶ୍ୱର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା । କେଶୁରାରେ ଭଡ଼ା ଘର ନେଇ ସିମ୍ ବକ୍ସ ରାକେଟ୍ ଚଳାଇ ଆସୁଥିଲେ । ଆଶାଦୂର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲା । ଭୁବନେଶ୍ବର ଛଡା ଅନ୍ୟ ସ୍ଥାନରେ ୨ଟି ସିମବକ୍ସ ଏବେ ବି ଆକ୍ଟିଭ ରହିଛି । ଏହି ସିମ୍‌ବକ୍ସ ଦ୍ୱାରା କେଉଁ ଅପରାଧରେ ବ୍ୟବହାର ହେଉଥିଲା ସେ ନେଇ ପୋଲିସ ତଦନ୍ତ କରୁଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା