ଓଡିଶା

ବନ୍ଧା ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ…

ବନ୍ଧା ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କୁ ଗିରଫ କରିଛି । ଶୁକ୍ରବାର ଅତିରିକ୍ତ ଯୋଗାଣ ଅଧିକାରୀ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ାର ୫ଟି ଠିକଣାରେ ଚଢାଉ କରାଯାଇଥିଲା । ପ୍ରଦୀପଙ୍କ ନାଁରେ ଭୁବନେଶ୍ୱର ଓ କଟକରେ ଦୁଇଟି ବିଲ୍ଡିଂ ଠାବ କରାଯାଇଛି । ଏହାଛଡ଼ା ଟ୍ୱିନସିଟିରେ ଦୁଇଟି ପ୍ଲଟ ମଧ୍ୟ ରହିଛି । ପ୍ରଦୀପଙ୍କ ନାଁରେ ୨ କୋଟି ୮୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଜଣାପଡିଛି । ଚଢ଼ାଉ ବେଳେ ଅନେକ ସୁନା ଅଳଙ୍କାର, ହୀରା ଗହଣା ସମେତ ନଗଦ ୧ ଲକ୍ଷ ୨୧ ହଜାର ୫୦୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ପ୍ରଦୀପଙ୍କ ଆଖି ଖୋସି ହେବା ପରି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । ତେବେ ସମ୍ପତ୍ତି ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ଅତିରିକ୍ତ ଯୋଗାଣ ଅଧିକାରୀ । ଏ ନେଇ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ସୂଚନା ରହିଛି । ଏହି ଚଢାଉରେ ୪ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ଜଣ ଇନସ୍ପେକ୍ଟର ସାମିଲ ଥିଲେ । ଏତେ ସମ୍ପତ୍ତି କେଉଁଠାରୁ ଆଣିଲେ ତାର ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା