ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ପକ୍ଷରୁ ଖାଉଟି ଦୋକାନ ଉଦଘାଟିତ…

କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ନାରାୟଣୀ ଛକରେ ଓଡିଶା ରାଜ୍ୟ ସମବାୟ ସମିତି ଲିଃ ପକ୍ଷରୁ ଗୋଟିଏ ଦୋକାନ ଖୋଲାଯାଇଛି । ଏହି ଖାଉଟି ଦୋକାନଟିକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ଭଗବାନ ମହାନ୍ତି, ଡଃ ଜିତେନ କୁମାର ଜେନା, କନ୍ଧମାଳ ଜିଲ୍ଲାର ଓଡିଶା ଲେବର କର୍ପୋରେଟର କର୍ମକର୍ତ୍ତା ତଥା ଫୁଲବାଣୀ ଇନଚାର୍ଜ କାହ୍ନୁ ଚରଣ ଦିଗାଲ, ଡିଏମ୍ ବନମାଳୀ ଦିଗାଲ, ବିଏମ ମୌସୁମୀ ମୁଖୀ, ଏବିଏମ୍, ଏଫଓ ଏବଂ ଅନ୍ୟ ବ୍ଲକରୁ ଆସିଥିବା ଓଡିଶା ଲେବର କୋଅପରେଟିଭର ଡିଏମ୍, ବିଏମ, ଏବିଏମ, ପିଓ ଏଫ.ଇ.ଓ ମାନେ ଉପସ୍ଥିତ ଥିଲେ ।

ସୋସାଇଟିର ସଭାପତି ଶ୍ୟାମଲାଲ ପ୍ରଧାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ହୃଦୟରୁ କୃତଜ୍ଞତା ଜଣାଇଥିଲେ । ଏହି ଦୋକାନରେ ଖାଉଟି ମାନେ ପନ୍ଦରରୁ ପଚାଶ ପ୍ରତିଶତ ରିହାତି ଦରରେ ଦେବାପାଇଁ ବ୍ୟବସ୍ଥା ରହିଛି ବୋଲି ଇନଚାର୍ଜ କାହ୍ନୁ ଚରଣ ଦିଗାଲ ଓ ଡିଏମ୍ ବନମାଳୀ ଦିଗାଲ ପ୍ରକାଶ କରିଥିଲେ । ଉକ୍ତ ଦୋକାନରେ ସମସ୍ତ ପ୍ରକାରର ଘରୋଇ ବ୍ୟବହାର୍ଯ୍ୟ ଜିନିଷପତ୍ର ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମବାୟ ସମିତିର ବିଭିନ୍ନ ପ୍ରକାର ଜୀବନବୀମା ମଧ୍ୟ ରହିଛି । ଦୁର୍ଘଟଣା ଜନିତ ପାଞ୍ଚ ହଜାରରୁ ଆରମ୍ଭ ଜାରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ମୃତ୍ୟୁ ସାହାୟତା ଶୁଦ୍ଧିକ୍ରିୟା କୋଡିଏ ହଜାର ଏବଂ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିବାରଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯିବା ବ୍ୟବସ୍ଥା ରହିଥିବା କୁହାଯାଇଛି ।