ଓଡିଶା

କୁମାରୀପାରି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ…

ଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କୁମ୍ଭୀର ଗାଁ ପଂଚାୟତର କୁମାରୀପାରି ଗାଁରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । କୁମାରୀପାରି ଗାଁ ଦୋକାନରେ ଚା ପିଉଥିବା ବେଳେ ଆକ୍ରମଣ । ଆକ୍ରମଣରେ ଶିକାର ହୋଇଥିବା ଯୁବକ ଜଣକ ହେଲେ ପ୍ରମୋଦ ତାରିଣୀଙ୍କ ପୁଅ ସୁଶାନ୍ତ କୁମାର ତାରିଣୀ । ଏ ନେଇ ବେଗୁନିଆପଡା ଥାନାରେ ଅଭିଯୋଗ । ତଥ୍ୟ ଅନୁସାରେ, ସୁଶାନ୍ତ ଗାଁ ଦୋକାନରେ ବସି ଚା ପିଉଥିଲେ । ଏହି ସମୟରେ ସେହି ଗ୍ରାମର ଲକ୍ଷ୍ମଣ ଭୂୟାଁଙ୍କ ପୁଅ ସୁଶାନ୍ତ ଭୂୟାଁ ହଠାତ୍ ଏକ ଧାରୁଆ ଅସ୍ତ୍ରରେ ସୁଶାନ୍ତ କୁମାରଙ୍କୁ ଆକ୍ରମଣ କରିଥିଲା । ଫଳରେ ସୁଶାନ୍ତ ତାରିଣୀ ଅଚେତ ଅବସ୍ଥାରେ ପଡିଯାଇଥିଲେ । ଗୁରୁତର ସୁଶାନ୍ତଙ୍କୁ ପ୍ରଥମେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । ସୁଶାନ୍ତ ତାରିଣୀଙ୍କ ସମ୍ପର୍କୀୟ ଭାଇ ସରୋଜ କୁମାର ତାରିଣୀ ବେଗୁନିଆପଡା ଥାନାରେ ଏ ନେଇ ଏତଲା ଦେଇଥିବା ଜଣାପଡିଛି । ପୋଲିସ ପକ୍ଷରୁ ଥାନା କେଶ ନମ୍ବର ୩୫୨/ ୨୦୨୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି । ତେବେ ସୁଶାନ୍ତ ତାରିଣୀଙ୍କ ଉପରକୁ ସୁଶାନ୍ତ ଭୂୟାଁ କାହିଁକି ଆକ୍ରମଣ କଲା ତାହା ଖବର ଲେଖାହେବା ପର୍ଯ୍ୟନ୍ତ ଜଣାପଡିନାହିଁ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା