ଉତ୍ତରକୁଳ ପଞ୍ଚାୟତରେ ବିଭିନ୍ନ ଉପାଦେୟ ବୃକ୍ଷର ଚାରା ବଣ୍ଟନ କଲେ ମହାବୀର ସେନା…

ନିଶ୍ଚିନ୍ତକୋଇଲି, (ଏଫ୍ଟୁଏସ୍ / ଅଭୟ ଜେନା) : ମହାବୀର ସେନା ପକ୍ଷରୁ ଉତ୍ତରକୁଳ ପଞ୍ଚାୟତରେ ଅନ୍ୟୁନ ୫୦ ରୁ ଉର୍ଦ୍ଧ ମହିଳାଙ୍କୁ ବିଭିନ୍ନ ଦରକାରୀ ବୃକ୍ଷର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥି ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦସ୍ୟ ଦିଲୀପ କୁମାର ମହାନ୍ତି ଓ ତୁଷାରକାନ୍ତ ବେହୁରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧୁସ୍ମିତା ମହାନ୍ତି, ପ୍ରଦୀପ ସ୍ୱାଇଁ, ତପନ ସ୍ୱାଇଁ, ଫଗୁ ସାମଲ, କ୍ଷୀରୋଦ ମହାପାତ୍ର, ଚନ୍ଦନ ସେନାପତି, ସନ୍ଧ୍ୟାରାଣି ପଣ୍ଡା, ବିରଞ୍ଚି ନାରାୟଣ ସ୍ୱାଇଁ, ମନୋଜ ଦାସ, ଜୟନ୍ତ ଦାସ, ରଶ୍ମିରଞ୍ଜନ ମହାରଣା ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ । ପରିବେଶ ଓ ଜୀବଜଗତକୁ ସୁରକ୍ଷାଦେବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ସ୍ଥାନୀୟ ସଦସ୍ୟ ମୁନା ବାବୁ, ଦିଲୀପ ମହାନ୍ତି ଓ ତୁଷାର ବେହୁରାଙ୍କ ସହ ବହୁ ସଦସ୍ୟ ମତବ୍ୟକ୍ତ କରିଥିଲେ । ଏହି ସଂଗଠନ ମାଧ୍ୟମରେ ବହୁ ସାମାଜିକ କାର୍ଯ୍ୟକ୍ରମ ଆଗକୁ କରାଯିବା ସହ ଲୋକଙ୍କ ସୁଖ ଦୁଃଖରେ ସାମିଲ୍ ହେବା ପାଇଁ ସେନା ପ୍ରତିଶ୍ରୁତିବଦ୍ଧ ବୋଲି ସେନାର ପ୍ରତିଷ୍ଠାତା କିରଣ ଚନ୍ଦ୍ର ସାହୁ ମତବ୍ୟକ୍ତ କରିଥିଲେ । ପରିଶେଷରେ ଦିଲୀପ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।