ନେମାଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସାମ୍ବାଦିକ ସଂଘର ବନ୍ଧୁମିଳନ ଓ ଆଲୋଚନା ବୈଠକ ମହିମା ଗାଦି ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅଭୟ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାରେ ଗ୍ରାମାଞ୍ଚଳରେ କାର୍ଯ୍ୟକରୁଥିବା ସାମ୍ବାଦିକଙ୍କର ବହୁବିଧ ସମସ୍ୟା ଉପରେ ସଦସ୍ୟମାନେ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ । ବିଶେଷ କରି ସାମ୍ବାଦିକମାନେ ଖବର ସଂଗ୍ରହ ତଥା ଅନ୍ୟ ସମୟରେ ଆକ୍ରୋଶମୂଳକ ଭାବେ ଆକ୍ରମଣ ତଥା ବାଧାସୃଷ୍ଟି କରିବା ଘଟଣାକୁ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ସେହିପରି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ପେନସନ୍ ପ୍ରଦାନ ଆଦି ସମ୍ପର୍କରେ ସରକାରଙ୍କଠାରେ ଦାବି କରାଯାଇଥିଲା । ବୈଠକରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ, କ୍ଷମାନିଧି ପୂଜାରୀ, ବିନୟ ଦାସ, ଗୋବିନ୍ଦ ଦାସ, କିରଣ ଶଙ୍କର ନାୟକ, ମୀନକେତନ ଦାସ, ଇଜାଜ ଖାଁ, ଅକ୍ଷୟ କୁମାର ଦାଶ, ସଚ୍ଚିଦାନନ୍ଦ ମଲ୍ଲିକ, ସୁଜାତା ଗୋସ୍ୱାମୀ ପ୍ରମୁଖ ଭାଗ ନେଇଥିଲେ । ଏହି ଅବସରରେ ନୂତନ ସଦସ୍ୟ ଭାବେ ବିଭୁତି ଭୂଷଣ ଦ୍ବିବେଦୀ ଓ ପ୍ରଶାନ୍ତ ସିଂହଙ୍କୁ ସଂଘରେ ସାମିଲ କରାଯାଇଥିଲା । ଶେଷରେ ସାମ୍ବାଦିକ ଅମିତାଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।