ଓଡିଶା

ଶଙ୍ଖ ଶିବିରରେ ଭାଳେଣି…

ବିଜେଡିରୁ ୧୧ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଇସ୍ତଫା ପରେ  ଆଲୋଡନ 

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ସାଧାରଣ ନିର୍ବାଚନକୁ ଦିନ କେଇଟା ନପୁରୁଣୁ, ଉପକୂଳ ଜିଲ୍ଲାରେ ବିଜେଡିକୁ ପୁଣି ଶକ୍ତ ଧକ୍କା ଲାଗିଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିରୁ ୫ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଇସ୍ତଫା ଘୋଷଣା କରିଥିବା ବେଳେ ସେମାନଙ୍କ ସହିତ ଆହୁରି ୬ ଜଣ ସରପଞ୍ଚ ମଧ୍ୟ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି l ଦଳ ଛାଡିଥିବା ସମସ୍ତ ୧୧ ଜଣ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅନୁଗତ ଭାବେ କାର୍ଯ୍ୟ କରୁଥିଲେ l ଚଳିତଥର ନିର୍ବାଚିତ ଜନ ପ୍ରତିନିଧିଙ୍କୁ ବିଜେଡିରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଥିଲା l ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଶାରଦାଙ୍କ ଶିବିରରେ ଏହି ୧୧ ଜଣ ଲୋକପ୍ରତିନିଧିଙ୍କ ଯୋଗଦାନ ଶକ୍ତ ଧକ୍କା ବୋଲି ଚର୍ଚ୍ଚା ହେଉଛି । ଶଙ୍ଖ ତ୍ୟାଗ କରିଥିବା ଲୋକ ପ୍ରତିନିଧିମାନେ ହେଲେ ଫୋଗଳ ପଞ୍ଚାୟତ ସରପଞ୍ଚ ବୈଷ୍ଣବ ଚରଣ ସାମଲ ଓ ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର, ନରେନ୍ଦ୍ରପୁର ସରପଞ୍ଚ ନମିତା ରାୟ ଓ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, କେରୀଲୋ ସରପଞ୍ଚ ଶୁଭ୍ରା ମହାନ୍ତି ଓ ସମିତି ସଭ୍ୟା ସୌର ପ୍ରଭା ଜଗଦେବ, ନଗସପୁର ସରପଞ୍ଚ ପୁଷ୍ପଲତା ମଲ୍ଲିକ, କଟିକଟା ସରପଞ୍ଚ ଚିତ୍ତରଞ୍ଜନ ମଲିକ, ଶୁକରପଡା ସରପଞ୍ଚ ମନୋଜ ମଲ୍ଲିକ, ଯମରା ସମିତି ସଭ୍ୟା ମେନକା ବଳ, ଜୟରାମପୁର ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଦାସଙ୍କ ସମେତ ତାଙ୍କ ସମର୍ଥକମାନେ ବିଜେଡି ଦଳ ତ୍ୟାଗକରି ଶାରଦାଙ୍କ ସହ ଯୋଗ ଦେଇଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା