ଓଡିଶା

ଓଡିଶାର ବୁଣାକାରଙ୍କ ବିକାଶ କରିବା ଲକ୍ଷ୍ୟରେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜି…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡ଼ିଶା ହସ୍ତତନ୍ତ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜି ପକ୍ଷରୁ ହୋଟେଲ ଏଚ.ଏଚ.ଆଇରେ ଫ୍ୟାସନ ଶୋ ଆୟୋଜିତ ହୋଇଛି । ଏଥିରେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜିର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବମ୍ୱେ ଓ ଦିଲ୍ଲୀରୁ ଡିଜାଇନରମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଏବଂ ଚଳଚ୍ଚିତ୍ର ଅଭିନେତା ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଏବଂ ଚଳଚ୍ଚିତ୍ର ଅଭିନେତା ଶ୍ରୀଯୁକ୍ତ ଆକାଶ୍ ଦାସ୍ ନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ନିଫ୍ଟର ପୂର୍ବତନ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜିର ପ୍ରାଧ୍ୟାପିକା ଡ. ବିଷ୍ଣୁପ୍ରିୟା ଦାସଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ଡ଼. ବିକାଶ କୁମାର ଜେନା, ଅଧ୍ୟାପିକା ଶ୍ରୀମତୀ ମିନାକ୍ଷୀ ପାଢ଼ୀ ଓ ଅଧ୍ୟାପିକା ନିଶିପ୍ରଭାଙ୍କ ସହୋଯୋଗରେ ହସ୍ତତନ୍ତ କପଡ଼ାରେ ଛାତ୍ରଛାତ୍ରୀମାନେ ବିଦେଶୀ ପୋଷାକ ପ୍ରସ୍ତୁତ କରିଛନ୍ତି । ପୂର୍ବତନ ଛାତ୍ରୀ ନିଶିସ ଫ୍ଲେୟାର ଓ ଏଲିନା ଫ୍ୟାସନ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି । ଓଡ଼ିଶାର ହସ୍ତତନ୍ତ ବସ୍ତ୍ରର ଚାହିଦା ଓ ଆବଶ୍ୟକତା ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ଏହି ଫ୍ୟାସନ ଶୋର ଲକ୍ଷ୍ୟ । ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ଯାହା ଆମ ଓଡ଼ିଶାର ଗର୍ବ ଏବଂ ଗୌରବ ତାହା କେବଳ ଓଡ଼ିଶାର ପାରମ୍ପରିକ ବସ୍ତ୍ରରେ ସୀମିତ ନରହି ପାଶ୍ଚାତ୍ୟ ସଭ୍ୟତାର ପୋଷାକ ତିଆରି କରାଗଲେ ଏହାର ଚାହିଦା ବିଦେଶରେ ମଧ୍ୟ ବୃଦ୍ଧି ପାଇବ । ଓଡିଶାର ହସ୍ତତନ୍ତକୁ ସମଗ୍ର ବିଶ୍ୱରେ ପରିଚିତ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ ବୋଲି ଆୟୋଜନମାନେ ମତ ରଖିଛନ୍ତି । ଏହା ଦ୍ୱାରା ଓଡ଼ିଶାର ହସ୍ତଶିଳ୍ପ ବୃଦ୍ଧିପାଇବା ସହିତ ଆମ ରାଜ୍ୟର ବୁଣାକାରମାନେ ମଧ୍ୟ ଉପକୃତ ହେବେ । ଏହି ଫ୍ୟାସନ ଶୋ ନେକଷ୍ଟଜେନ୍ ଫ୍ୟାସନ ଟୁର୍ ଆଣ୍ ଲାଇଫଷ୍ଟାଇଲ୍ ସହୟୋଗରେ ଆୟୋଜିତ କରାଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା