କୁସ୍ତିରେ ଭାରତକୁ ମିଳିପାରେ ସ୍ବର୍ଣ୍ଣ ! ଭିନେଶ ଫୋଗାଟଙ୍କ ସଫଳତାକୁ ନେଇ ଦେଶ ଗର୍ବିତ…

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବଡ଼ ସଫଳତା । ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ମହିଳା ରେସଲର ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ ଫୋଗାଟ୍ । ସେମି ଫାଇନାଲରେ ୫୦ କେଜି ବର୍ଗ କୁସ୍ତିରେ ସେ ଦମଦାର ପ୍ରଦର୍ଶନ କରି କ୍ୟୁବାର ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଭିନେଶ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି । ସାକ୍ଷୀ ମଲିକଙ୍କ ପରେ ଭିନେଶ ଦ୍ୱିତୀୟ ଭାରତୀୟ ମହିଳା ରେସଲରେ ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି । ସାକ୍ଷୀ ୨୦୧୮ ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଭିନେଶ ତାଙ୍କର ପ୍ରଥମ ମ୍ୟାଚ୍ରେ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ସୁସାକିଙ୍କୁ ୩-୨ରେ ହରାଇଥିଲେ । ଏହାପରେ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ହରାଇ ସେମିରେ ପ୍ରବେଶ କରିଥିଲେ । ସେମିରେ ସେ କ୍ୟୁବାର ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ସେ ସ୍ୱର୍ଣ୍ଣ ପଦକ ଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭିନେଶ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା । ବିଶ୍ୱ କୁସ୍ତି ଚାମ୍ପିଅନସିପରେ ସେ ଅନେକ ପଦକ ଜିତିଛନ୍ତି । ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ତେଣୁ ଚଳିତ ଅଲିମ୍ପିକ୍ସରେ ଭିନେଶଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଛି ଦେଶ ।