ବେଗୁନିଆପଡା ବ୍ଲକରେ ସଫ୍ଟ ଟିମ୍ ସଦସ୍ୟଙ୍କୁ ତାଲିମ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ସୋଶିଆଲ ଅଡିଟ ଫେସିଲେସନ ଟିମ ସଦସ୍ୟଙ୍କୁ ତାଲିମ ପ୍ରଦାନ କରାଯାଇଛି l ଏହି ତାଲିମ ଆସନ୍ତା ଶୁକ୍ରବାର ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ କରାଯିବ । ଏହି ଟିମର ସଦସ୍ୟମାନେ ବିଦ୍ୟାଳୟର ଭିତ୍ତିଭୂମି, ଶ୍ରେଣୀ ଗୃହ, ଶୌଚାଳୟ, ମଧ୍ୟାହ୍ନ ଭୋଜନ, ଖେଳ ପଡିଆର ସ୍ଥିତି ବିଷୟରେ ସମୀକ୍ଷା କରିବେ । ଏଥି ସହିତ କେତେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ତାହାର ରିପୋର୍ଟ ପ୍ରଦାନ କରିବେ । ଏହି ରିପୋର୍ଟ କିଭଳି ଭାବେ ପ୍ରସ୍ତୁତ କରାଯିବ ତାହା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ସମ୍ବଳ ତାଲିମଦାତା ଭାବେ ସିଆରସିସି ନାରାୟଣ ସେଠି, ସନ୍ତୋଷ କୁମାର ସ୍ୱାଇଁ, ଜଗନ୍ନାଥ ବାରିକ, ହର ମୋହନ ଜେନା ତାଲିମ ପ୍ରଦାନ କରିଥିଲେ ।