ଓଡିଶା

ବୋଲବମ୍ ହର ହର ବମ୍ ଡାକରେ ପ୍ରକମ୍ପିତ ଶୈବପୀଠ…

କାକଟପୁର : ପବିତ୍ର ଶ୍ରାବଣମାସର  ଦ୍ଵିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି । କାଉଡ଼ିଆ ଭକ୍ତ ପୂଣ୍ୟତ୍ବୟା ପ୍ରାଚୀ ନଦୀର ବିଶ୍ଵାମିତ୍ର ଆଶ୍ରମ  ତୁଠରୁ ପାଣିଭାର ଉଠାଇ ଶୈବପୀଠମାନଙ୍କୁ ଯାଉଥିବା ଦେଖିବାକୁ ମିଳିଛି । କୋଣାର୍କ ଅଞ୍ଚଳର ପ୍ରଖ୍ୟାତ ଠାକୁର ତଥା ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ଵର ଓ ପୁରୀର ପ୍ରସିଦ୍ଧ ବାବା ଲୋକନାଥଙ୍କ ପୀଠରେ ଜଳ ଲାଗି କରିବାକୁ ଶନିବାରଠାରୁ ଏହି  କାଉଡିଆଙ୍କ ଯାତ୍ରାରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା । ଦଳ ଦଳ ବୋଲି କାଉଡିଆ ଭକ୍ତ ବୋଲବମ୍ ହର ହର ବମ୍ ଡାକ ଦେଇ ବିଭିନ୍ନ ଶୈବପୀଠ ଅଭିମୁଖେ ପଦଯାତ୍ରା କରିଥିଲେ । ବିଭିନ୍ନ ତୀର୍ଥ କ୍ଷେତ୍ରମାନଙ୍କରେ ପୁରୋହିତଙ୍କଦ୍ବାରା ପବିତ୍ର ଜଳକୁ ଅଭିଷେକ ଆଦି ପୂଜାପାଠ ପୂର୍ବକ ମାନସିକ ବ୍ରତ ଧାରଣ କରିବା ସହିତ ଜଳଭାର ଘେନି ବାଟ ସାରା ହରହର ବମ୍, ବୋଲ୍ ବମ୍ ଆଦି ଉଚ୍ଚାରଣ କରି ବାବାଙ୍କ ପୀଠରେ ପହଞ୍ଚି ଜଳାଭିଷେକ କରିଛନ୍ତି । ଅନୁରୂପ ଭାବେ ଫେରନ୍ତା କାଉଡିଆମାନେ ପୁନର୍ବାର ପ୍ରାଚୀ ନଦୀରୁ ଜଳଭାର ନେଇ ନିଜ ନିଜ ଗ୍ରାମର ଶିବାଳୟରେ ଜଳଲାଗି କରିବାକୁ ଯାଉଥିବା ପରିଲକ୍ଷିତ ହୋଇଥିଲା । ଅଞ୍ଚଳର ଶୈବ ପୀଠ ସମେଶ୍ୱର, ସିଦ୍ଧେଶ୍ୱର, ଈଶ୍ୱରନାଥ, ହରିନାଥ  ଆଦି ପୀଠରେ ମଧ୍ୟ ଜଳଲାଗି କରିବାକୁ ବୋଲବମ୍ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । 

କାକଟପୁରରୁ ମାନସ ଦୀକ୍ଷିତ

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା