କ୍ରୀଡା ଦେଶ ବିଦେଶ

ସଫଳତାର ଶିରୋନାମା ମନୁ ଭାକର…

ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ଶୁଟର ମନୁ ଭାକର । ଲଗାତାର ଦୁଇଟି ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଛନ୍ତି ମନୁ । ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିବାରେ ସେ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ । ଏହାସହ ପ୍ରଥମ ମହିଳା କ୍ରୀଡ଼ାବିତ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି ମନୁ । ୧୯୦୦ ଅଲିମ୍ପିକ୍ସରେ ବ୍ରିଟିଶ-ଇଣ୍ଡିଆନ୍ ଆଥଲେଟ୍‌ ନୋରମାନ ପ୍ରିଚାର୍ଡ ଦୁଇଟି ରୌପ୍ୟ ପଦକ ଜିତିଥିଲେ । ସେ ୨୦୦ ମିଟର ସ୍ପ୍ରିଣ୍ଟ ଓ ୨୦୦ ମିଟର ହର୍ଡଲ୍ସରେ ଏହି ପଦକ ଜିତିଥିଲେ । କିନ୍ତୁ ସେତେବେଳେ ଭାରତ ସ୍ୱାଧୀନ ହୋଇ ନଥିଲା ।

ରବିବାର ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକର ଆଜି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହ ମିଶି ବ୍ରୋଞ୍ଜ ପଦକ ହାତେଇଛନ୍ତି । କୋରିଆ ଯୋଡ଼ିକୁ ୧୬-୧୦ ପଏଣ୍ଟରେ ହରାଇ ଦୁହେଁ ମେଡାଲ ହାତେଇଛନ୍ତି । ଏହି ବିଜୟ ସହ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।

ସୁଟିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ମନୁ ଭାକର ପ୍ରଥମ ଭାରତୀୟ ମହିଳା । ଏଥିସହ ୧୨ ବର୍ଷ ଧରି ସୁଟିଂରେ ପଦକ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ମନୁ ଭାକର । ମନୁଙ୍କ ଏହି ସଫଳତା ପରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ ।

ପୂର୍ବରୁ ସୁଶୀଲ କୁମାର (ରେସଲିଂ) ଓ ପିଭି ସିନ୍ଧୁ (ବ୍ୟାଡମିଣ୍ଟନ) ଦୁଇଟି ଲେଖାଏଁ ଅଲିମ୍ପିକ୍ସ ପଦକ ଜିତିଛନ୍ତି । କିନ୍ତୁ ସେମାନେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଏହି ସଫଳତା ହାସଲ କରି ନଥିଲେ । ଭିନ୍ନ ଭିନ୍ନ ସଂସ୍କରଣରେ ସେମାନଙ୍କୁ ଏହି ସଫଳତା ମିଳିଥିଲା । ପ୍ୟାରିସ୍ ଅଲିମ୍ପିକ୍ସରେ ଏହି ସଫଳତା ସହିତ ମନୁ ଭାକରଙ୍କ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଯାଇଛି ।  

Free2speak

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।