ଓଡିଶା

ଟିଟ୍ରାପଙ୍ଗାରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…

କନ୍ଧମାଳ, (ଏଫ୍ ଟୁ ଏସ୍) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତରେ ଗାଁ କଲ୍ୟାଣ ସମିତି ଏବଂ ସମ୍ବାଦ ଓ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ବ୍ଲକ୍ ଅଧ୍ୟକ୍ଷା ଅନିମା କହଁର ଯୋଗ ଦେଇଥିଲେ l ଆୟୋଜିତ ଶିବିରରେ ସମ୍ମାନିତ ଅତିଥି ଭାବେ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ସମେତ ପଞ୍ଚାୟତର ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ, ପୂର୍ବତନ ନାଏବ ସରପଞ୍ଚ ଜିତେନ୍ଦ୍ର ଦିଗାଲ, ସମ୍ବାଦ ଅନୁଷ୍ଠାନର ବଳଦେବ ବେହେରା, ସମିତି ସଭ୍ୟା ଏବଂ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ ଯୋଗ ଦେଇଥିଲେ l ଟିଟ୍ରାପଙ୍ଗା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ୱାସ୍ଥ୍ୟ କର୍ମଚାରୀ ରବୀନ୍ଦ୍ର ନାଥ ମଲିକ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ସୁବ୍ରତ ନାଏକ, ମହିଳା ସ୍ୱାସ୍ଥ୍ୟକର୍ମୀ ଆରତୀ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବିଷ୍ଣୁପ୍ରିୟା ମୁଖି, ଆଶାକର୍ମୀ କମଳା କହଁର, ରଶ୍ମିତା ଦିଗାଲ, ସଞ୍ଜୁଲତା ବେହେରା ଏବଂ ଅନ୍ୟାନ୍ୟ ଆଶାକର୍ମୀ ଓ କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ସୁନୀଲ କୁମାର ବେହେରା, ନର୍ସିଂ ଅଫିସର୍ ଅର୍ଚ୍ଚନା ପ୍ରଧାନ, ଲ୍ୟାବ ଟେକ୍ନିସିୟାନ୍  ଦିନକୃଷ୍ଣ ମହାନ୍ତ, ଡିଏମ୍ଏ ପ୍ରଶାନ୍ତ କୁମାର ରତ୍ନାଲୁ, ଚତୁର୍ଥ ଶ୍ରେଣୀ କର୍ମଚାରୀ ବରୁଣ ବେହେରା, ଡ୍ରାଇଭର୍ ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖ ସ୍ଵେଛାକୃତ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ l ରକ୍ତଦାନ ଶିବିରରେ 25 ୟୁନିଟରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା