ପୁଣି ଲଘୁଚାପ…

ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ କ୍ଷେତ୍ର କ୍ରମଶଃ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଦୁଇଦିନ ଭିତରେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଅଞ୍ଚଳରେ ପହଞ୍ଚିବ । ଏହା ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଉତ୍ତର ବଙ୍ଗୋପସାଗରରେ ଏ ମାସରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ କେଉଁ ଜିଲ୍ଲାରେ ବର୍ଷା ଓ ପବନ ହେବ ସେ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସତର୍କ କରିଦିଆଯାଇଛି । ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ଅଭାବ ପୂରଣ ହୋଇଛି ।