ଓଡିଶା

ଅହମ୍ମଦବକ୍ସ ହାଇସ୍କୁଲ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ…

ସାଲେପୁର, (ଏଫ୍ଟୁଏସ୍ /ଅଭୟ ଜେନା) : ଅହମ୍ମଦବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ବହୁ ସମୟ ଧରି ତାଙ୍କ ବକ୍ତବ୍ୟରେ ସରକାରଙ୍କ ଜନହିତକାରୀ ଯୋଜନା ସହ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ବଦ୍ଧପରିକର ବୋଲି କହିଥିଲେ । ଶ୍ରୀମନ୍ଦିର ଚାରିଦ୍ୱାର ଏବଂ ତାପରେ ରନôଭଣ୍ଡାର ଖୋଲିବା ପାଇଁ ପ୍ରୟାସ ବିଷୟରେ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ଦୁର୍ନୀତି ରୂପକ ଅଳିଆକୁ ଖୁବ ଶୀଘ୍ର ହଟାଯିବ ଏବଂ ବିଭିନ୍ନ ଯୋଜନା ଉପରେ ମଧ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ହୀରକ ଜୟନ୍ତୀ ଅବସରରେ ଅହମ୍ମଦବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟରେ ରହିଥିବା ସମସ୍ୟା ପ୍ରତି ଦୃଷ୍ଟି ଦେଇ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଅତିଥିମାନଙ୍କ ଦ୍ୱାରା ହୀରକ ଜୟନ୍ତୀ ସ୍ମୃତି ସ୍ତମ୍ବ ଓ ହୀରକ ଜ୍ୟୋତି ଉନ୍ମୋଚନ ଓ ଲୋକାର୍ପଣ କରିଥିଲେ । ସେପଟେ ସ୍କୁଲରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଦୃଷ୍ଟିରୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କଠାରୁ ହୀରକ ଜୟନ୍ତୀ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ ଆନନ୍ଦିତ ଥିବା ଦେଖିବାକୁ ମିଳିଥିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା