ଓଡିଶା

ଲୋକଙ୍କ ସମସ୍ୟା ଶୁଣି ସ୍ଥାୟୀ ପ୍ରତିକାର ପାଇଁ ବାଟ କାଢିଲେ ସାଂସଦ…

କୋଦଳା, (ଏଫ୍ଟୁଏସ୍/ବାପୁନି କୁମାର ମାଲୁ) : କୋଦଳା ଏନ୍ଏସି ଅନ୍ତର୍ଗତ ୱାର୍ଡ ନମ୍ବର ୧ ବି.ନୂଆପଲୀ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଆସ୍କା ସାଂସଦ ଅନିତା ଶୁଭଦର୍ଶନୀଙ୍କୁ ବି.ନୂଆପଲୀ ଗ୍ରାମବାସୀମାନେ ସ୍ୱାଗତ ଜଣାଇଥିଲେ । ଆୟୋଜିତ ସଭାରେ ବି.ନୂଆପଲୀ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ସାଂସଦଙ୍କ ସମ୍ମୁଖରେ ଗ୍ରାମର ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରିଥିଲେ । ଅଭିଯୋଗ ଅନୁଯାୟୀ କୋଦଳା ଏନ୍ଏସି  ଅନ୍ତର୍ଗତ ଏକ ନମ୍ବର ୱାର୍ଡରେ ଏକ କେନାଲ ଯାଇଥିବା ବେଳେ ଚାଷୀଙ୍କ ଚାଷ କାର୍ଯ୍ୟ ସମେତ ଲୋକଙ୍କ ଗାଧୁଆ ପାଇଁ ଏହା ବର୍ଷ ତମାମ ବ୍ୟବହୃତ ହୋଇଥାଏ । କିନ୍ତୁ ଏହି କେନାଲ ମଧ୍ୟକୁ କୋଦଳା ମରାଠୀ ସାହିର ମଦ ପୋଚ ଏବଂ କିଛି ଅପରିଷ୍କାର ପାଣି ଛାଡୁ ଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ଯାହା ଫଳରେ ଉକ୍ତ ୱାର୍ଡର ୱାର୍ଡବାସୀ ମାନନୀୟା ସାଂସଦଙ୍କୁ ଭେଟି ଦାବିପତ୍ର ଦେବା ପରେ ସାଂସଦ ଏହି କାର୍ଯ୍ୟକୁ ଅବିଳମ୍ବେ ସାରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ନେଇ ୱାର୍ଡବାସୀ ଗଭୀର ଆଶା ପ୍ରକଟ କରିଛନ୍ତି । ଅପରପକ୍ଷେ ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗକୁ ଶୁଣି ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଆସ୍କା ସାଂସଦ ଅନିତା ଶୁଭଦର୍ଶନୀ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଏନ୍ଏସି ଚେୟାରମ୍ୟାନ୍ ସୂର୍ଯ୍ୟ ନାରାୟଣ ନାୟକ, ଭାଇସ୍ ଚେୟାରମ୍ୟାନ ରଞ୍ଜିତା ସେଠୀ, ୧ ନମ୍ବର ୱାର୍ଡ କାଉନସିଲର ସିମାଞ୍ଚଳ ଖଟାଇ, ୧୩ ନମ୍ବର ୱାର୍ଡ କାଉନସିଲର ଗୀତାଞ୍ଜଳି ମିଶ୍ର ଏବଂ ବି.ନୂଆପଲୀର ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା