ଚିର ଅମର ହୋଇଗଲେ ସମାଜସେବୀ ବିରେନ୍ଦ୍ର ପ୍ରସାଦ ସ୍ୱାଇଁ…

ବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ : ମୃତ୍ୟୁ ପରେ ବି ଅମର । ନିଜର ଅଙ୍ଗଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବରିଷ୍ଠ ସମାଜସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ତାଙ୍କ ପାଇଁ ଦୁଇ ଜଣ ପାଇଛନ୍ତି ନୂଆ ଜୀବନ । ଏପରି ଘଟଣା ଘଟିଛି କଟକ ବଡ଼ ଡାକ୍ତରଖାନାରେ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢ଼ୁଆ ଗ୍ରାମର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ସୂଚନା ମୁତାମକ, ରବିବାର ଦିନ ଏକ ଭୋଜିଖାଇ ରଘୁନାଥପୁର ଓଡାପଡା ପାଖରେ ଘରକୁ ଫେରୁଥିବା ବେଳେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ଦୁର୍ଘଟଣାରେ ଗୁରୁତର ବୀରେନ୍ଦ୍ରଙ୍କୁ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗତକାଲି ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ବୀରେନ୍ଦ୍ରଙ୍କ ମୃତ୍ୟୁ ପରେ ସପରିବାର ନିଷ୍ପତିକ୍ରମେ ତାଙ୍କର ଦୁଇଟି କୀଡନୀକୁ ଦୁଇଜଣଙ୍କୁ ଦାନ କରାଯାଇଥିଲା । ଗୋଟିଏ ଏସସିବି ଏବଂ ଏମ୍ସରେ ଥିବା ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ଦେହରେ ସଫଳତା ସହ ପ୍ରତିରୋପଣ କରାଯାଇଛି । ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିଥିବାରୁ ସମସ୍ତ ପରିବାରକୁ ସାରା ଓଡିଶାର ଜନସାଧାରଣ ଧନ୍ୟବାଦ ଜଣାଇବା ସହ ମୃତ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କର ମୃତୁ୍ୟରେ ରଘୁନାଥପୁର ବ୍ଲକରେ ଶୋକର ଛାୟା ଖେଳିଯାଇଛି ।