ବଜାରକୁ ଆସିଲା ଫାର୍ମ ବି ବ୍ରାଣ୍ଡର ମିକ୍ସ ଛତୁଆ…

ବ୍ୟୁରୋ ରିପୋର୍ଟ, ୨୯/୬ : ଅଗ୍ରଣୀ ଖାଦ୍ୟ ଶିଳ୍ପ କମ୍ପାନୀ ବିଶ୍ୱେସ୍ୱର ଫୁଡ୍ସ ପ୍ରା. ଲିମିଟେଡ୍ ପକ୍ଷରୁ ଫାର୍ମ ବି ବ୍ରାଣ୍ଡର ନୂତନ ପ୍ରଡକ୍ଟ ମିକ୍ସ ଛତୁଆ ଉନ୍ମୋଚିତ ହୋଇଯାଇଛି । ଉଦ୍ଘାଟନୀ ସମାହାରରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶିକା ରଶ୍ମି ସାହୁଙ୍କ ସହ ଆକାଉଣ୍ଟସ୍ ଏବଂ ମାର୍କେଟିଂର ବରିଷ୍ଠ ପ୍ରବନ୍ଧକ, ଶ୍ରୀକାନ୍ତ ମହାପାତ୍ର, ବରିଷ୍ଠ ପ୍ରବନ୍ଧକ ଉତ୍ପାଦ, ଶିଳ୍ପା ଦାସ ଏବଂ ଡାଇରେକ୍ଟ ରଙ୍କ ପିଏ ଆଦ୍ୟାଶା ପଟ୍ଟନାୟକ ଉପସ୍ଥିତ ରହି ନୂତନ ଉତ୍ପାଦ ସମ୍ଭନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ମିକ୍ସ ଛତୁଆର ଚାହିଦା ଅଧିକ । ଏଥିରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍, ଆଇରନ୍, ମାଙ୍ଗାନିଜ୍ ଏବଂ ମ୍ୟାଗ୍ନେସିୟମ୍ ସହିତ ଏନେର୍ଜି ଭରପୁର ହୋଇଥାଏ । ସେଥିପାଇଁ ଫାର୍ମ ବି ବ୍ରାଣ୍ଡର ଟ୍ୟାଗ ରହିଛି “ଆପଣଙ୍କ ଖାଦ୍ୟକୁ କରେ ପୁର୍ଣ୍ଣ ସୁସ୍ଥତା ସହ ସ୍ଵାଦରେ ପରିପୂର୍ଣ୍ଣ” । ଯାହା କେବଳ ସକାଳ ଖାଦ୍ୟ ପୁରା କରେନି ଦିନସାରାର ଶରୀର ପାଇଁ ଆବଶ୍ୟକ ପଷୋକ ତତ୍ତ୍ବକୁ ମଧ୍ୟ ପୁରା କରେ । ଏହା ସହିତ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ଏବଂ ଅତ୍ୟଧିକ ଗରମକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ । କମ୍ପାନୀର ଫାର୍ମ ବି ବ୍ରାଣ୍ଡ ଅଧୀନରେ ମିକ୍ସ ଛତୁଆ ସହ ଅଧିକ ଜଳଖିଆ ଉତ୍ପାଦମାନ ପ୍ରଦାନ କରିଥାଏ । ଯେଉଁଥିରେ ଓଟସ୍, ମସାଲା ଓଟସ୍, ମୁସଲି, ଚକୋବାଇଟ୍ସ, କର୍ଣ୍ଣଫ୍ଲେକ୍, ରାଗି ଫ୍ଲୋର ଏବଂ ଚପାତି ଫ୍ଲୋର ଅନ୍ତର୍ଭୁକ୍ତ ରହିଛି ।