ଓଡିଶା

ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ । ଆକ୍ସନ ମୁଡରେ ବିଏମସି…

ଆକ୍ସନ ମୁଡରେ ବିଏମସି । ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ । ସପ୍ତାହକ ଭିତରେ ସରିବ ଡ୍ରେନ ବାରିକେଡ୍ କାମ । ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ମସଜିଦ୍‌ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ କାର୍ଯ୍ୟ ତତ୍ପରତା ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ଵର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି । ସେଥିରୁ ବିଏମସି ଅଧୀନରେ ୧୩୮୦ କିଲୋମିଟର ଡ୍ରେନ ରହିଛି । ଏହା ଭିତରେ ରହିଛି ୨୭ କିଲୋମିଟର ମୁକୁଳା ଡ୍ରେନ । ସବୁ ମୁକୁଳା ଡ୍ରେନ ଚିହ୍ନଟ ହୋଇଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ୍ ।

ଅପରପକ୍ଷେ କିଛି ସ୍ଥାନରେ ଡ୍ରେନ୍ ଉପରେ ଜବରଦଖଲ ରହିଛି । ବିଭିନ୍ନ ବିଭାଗ ସହ ସମନ୍ୱୟ ବୈଠକ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି । ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ ।

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ୟୁନିଟ୍-୩ ଅଞ୍ଚଳରେ ଜଣେ ୯ ବର୍ଷର ବାଳକ ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁବରଣ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତ ନାବାଳକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କଠାରୁ ଏ ସଂକ୍ରାନ୍ତୀୟ ରିପୋର୍ଟ ତଲବ କରିଥିଲେ । ଏହି ଘଟଣାରେ ଭୁବନେଶ୍ୱର ମହାନଗର ନିଗମର ଡ୍ରେନେଜ୍‌ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯାଇଥିଲା ।

ପୂର୍ବରୁ ୨୦୨୧ ମସିହାରେ ଜଣେ ଦଶମ ଶ୍ରେଣୀ ଛାତ୍ର ଡ୍ରେନରେ ପଡି ପ୍ରାଣ ହରାଇଥିଲେ । ୨୦୧୫ ମସିହାରେ ନୟାପଲ୍ଲୀଠାରେ ଜଣେ ବ୍ୟକ୍ତି ଭାସି ଯାଇଥିବାବେଳେ ୨୦୧୭ରେ ଛଅ ନମ୍ବର ଅଞ୍ଚଳରେ ଜଣେ ଟିଉସନ ସାର ବର୍ଷା ପାଣିରେ ଭାସି ପ୍ରାଣ ହରାଇଥିଲେ । ସେହିଭଳି ୨୦୧୮ ରେ ଜଣେ ଶିଶୁ ଓ ଆଉ ଜଣେ ବୃଦ୍ଧ ମଧ୍ୟ ଡ୍ରେନ ପାଣିରେ ଭାସିଯାଇ ପ୍ରାଣ ହରାଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା