“ରୋଟାରୀ କଳିଙ୍ଗ ସମ୍ମାନ-୨୦୨୪” ଆୟୋଜିତ…

ଭୁବନେଶ୍ୱର, ୨୪/୦୬ : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ “ରୋଟାରୀ କଳିଙ୍ଗ ସମ୍ମାନ-୨୦୨୪” ଆୟୋଜିତ ହୋଇଯାଇଛି । ସ୍ୱାର୍ଥଠାରୁ ଉଦ୍ଧ୍ୱର୍ରେ ରହି ଲୋକଙ୍କ ସେବା କରିବା ପ୍ରତ୍ୟେକ ରୋଟାରୀଆନଙ୍କ ମୁଖ୍ୟ ଉଦେ୍ଦଶ୍ୟ । ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପ୍ରତିଷ୍ଠା ହେବା ପରଠାରୁ ସାଧାରଣ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ଉନ୍ନତି, ମା ଓ ଶିଶୁ ସୁରକ୍ଷା ଆଦି ଦିଗରେ ଅନେକ କାର୍ଯ୍ୟକ୍ରମ କରି ଆସୁଛି । ଏହି କ୍ରମରେ ଓଡିଶାରେ ସାମାଜ ସେବା, ସ୍ୱାସ୍ଥ୍ୟ ସେବା ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ନିଜର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ ବର୍ଷ “ରୋଟାରୀ କଳିଙ୍ଗ ସମ୍ମାନ”ରେ ସମ୍ମାନିତ କରାଯାଉଛି । ନିଜର ସାମାଜ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ଏହି ସମ୍ମାନ ପ୍ରଦାନ କରୁଛି ।
ଚଳିତ ବର୍ଷ, ସମାଜସେବା, ସ୍ୱାସ୍ଥ୍ୟ ସେବା ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ତିନିଜଣ ପ୍ରମୁଖ ବ୍ୟକ୍ତିତ୍ୱ ଶ୍ରୀମତୀ ରାଇମତୀ ଘିଉରିଆ, ଶ୍ରୀମତୀ ଦମୟନ୍ତୀ ରାଉତ ଏବଂ ଶ୍ରୀ ବିନୋଦ ମହାରଣାଙ୍କୁ “ରୋଟାରି କଳିଙ୍ଗ ସମ୍ମାନ ୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ୩୨୬୨ ଗଭର୍ଣ୍ଣର ରୋଟାରୀଆନ ଜୟଶ୍ରୀ ମହାନ୍ତି ମୁଖ୍ୟ ଅତିଥି ତଥା ଡିଷ୍ଟ୍ରିକ୍ଟ-୩୨୬୨ର ଗଭର୍ଣ୍ଣର (ବର୍ଷ ୨୦୨୪-୨୫ ନିର୍ବାଚିତ ) ରୋଟାରୀଆନ ଶ୍ରୀ ଯଜ୍ଞାଶିଷ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ସହ ଏହି କାର୍ଯ୍ୟକ୍ରମରେ ଡିଜିଏନଡି (ବର୍ଷ ୨୦୧୬-୨୭ ) ଶ୍ରୀ ଅନୀଲ କୁମାର ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।