ବେଗୁନିଆପଡ଼ାରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ…

ବେଗୁନିଆପଡ଼ା, ୨୨/୦୬ : ବିଶ୍ୱ ପାଳୁଛି ଯୋଗ ଦିବସ, ଏଥରର ଥିମ୍ ‘ନିଜ ଓ ସମାଜ ପାଇଁ ଯୋଗ’ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବାପୁଜୀ ପଡିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ୨୦୧୫ ମସିହାଠାରୁ ଆରମ୍ଭ ହୋଇଥିବା ଯୋଗ ଦିବସ ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଆଦୃତ ହୋଇଛି । ଏହି ଦିବସକୁ ଜାତିସଂଘ ବି ସ୍ୱୀକୃତି ଦେବା ପରେ ବିଶ୍ୱରେ ଏହା ଆଦୃତି ଲାଭ କରିଛି । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା ଯାହାକୁ ଜାତିସଂଘ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଯାହାକୁ ନେଇ ବେଗୁନିଆପଡ଼ା କୋଦଳା ମେଡିକାଲଠାରେ ଯୋଗ ଦିବସ ପାଳନ ହୋଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଆୟୁଷ ଡାକ୍ତର ଡ଼ା ସଞ୍ଜୟ କୁମାର ସାହୁ ଓ ଡ଼ା ଜୟଦେବ ନାୟକଙ୍କ ସମେତ ବହୁ କର୍ମଚାରୀ ବିଜୟ କୁମାର ଦୋରା, ପଙ୍କଜ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।