ଓଡିଶା

ବ୍ଲକ କାର୍ଯ୍ୟାଳୟରେ ବିଧାୟକଙ୍କ ପ୍ରଥମ ସମୀକ୍ଷା ବୈଠକ…

ବୋଲଗଡ, ୨୨/୦୬ : ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ପ୍ରଦୀପ କୁମାର ସାହୁ ବିଜୟ ଲାଭ କରି ଶପଥ ନେବାପରେ ପ୍ରଥମ ଥର ପାଇଁ ବୋଲଗଡ଼ ଅଞ୍ଚଳକୁ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ଲକ ପରିସରରେ ଥିବା ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ବିଭିନ୍ନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷଅଠିତ ହୋଇଯାଇଛି । ବିଶେଷ କରି ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ପ୍ରକଳ୍ପ ଗୁଡିକର ଶୀଘ୍ର ସମ୍ପୂର୍ଣ୍ଣ କରିବା, ଆଗାମୀ ଦିନରେ ନୂତନ ପ୍ରକଳ୍ପ ହାତକୁ ନେବା, ଖାଲି ପଡିଥିବା ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସ୍ଥାନ ପୂରଣ କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ମିଶନଶକ୍ତି, ମହିଳା ଓ ଶିଶୁ ବିକାଶ, ଯୋଗାଣ ବିଭାଗ, ପଞ୍ଚାୟତିରାଜ ବିଭାଗ ଉପରେ ଦୀର୍ଘ ୨ଘଣ୍ଟା ଧରି ସମୀକ୍ଷା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଶରତ କୁମାର ମଲ୍ଲିକ, ସହକାରୀ ଯନ୍ତ୍ରୀ ଅମୂଲ୍ୟ କୁମାର ବାହିନୀପତି, ପାନୀୟ ଜଳ ବିଭାଗର ସହକାରୀ ଯନ୍ତ୍ରୀ ଶାଶ୍ୱତି ଜେନା, ଗ୍ରାମପଞ୍ଚାୟତ ଅଧିକାରୀ ସେନାଲି ସାହୁ, ଏବିଡିଓ ରତିକାନ୍ତ ମିଶ୍ର, ଯୋଗାଣ ଅଧିକାରିଣୀ ସାଗରିକା ମହାଲି, ଶିକ୍ଷା ବିଭାଗର ଅତିରିକ୍ତ ବ୍ଲକ ଅଧିକାରୀ କୈଳାସନାଥ ସ୍ୱାଇଁ, ମହିଳା ଶିଶୁ ବିକାଶ ଅଧିକାରିଣୀ କୃଷ୍ଣପ୍ରିୟା ପ୍ରଧାନ, ମିଶନ ଶକ୍ତିର ବ୍ଲକ ସଂଯୋଜକ ସୁରୁଚି ସୁପ୍ରିତୀ ପ୍ରମୁଖ ଯୋଗ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା