ରକ୍ତହୀନତା ବିଶେଷତଃ ଏକ ବଂଶଗତ ରୋଗ…

ଗଜପତି, ୨୦/୦୬ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ୍ମାନ ଭାରତ ଅନ୍ତର୍ଗତ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀ ଯୋଗଦେଇ ଛାତ୍ରୀମାନଙ୍କୁ ରକ୍ତ ଶିକୁଳିର କାରଣ ଓ ଏହାର ନିରାକରଣ, ଖାଦ୍ୟ ମଧ୍ୟରେ ସନ୍ତୁଳନ ଆହାର ଗ୍ରହଣ ଏବଂ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆଇରନ ବାଟିକା ଓ କୃମିନାଶକ ଔଷଧ ବିତରଣର ଲାଭ ଉଠାଇବା ସହ ସୁସ୍ଥ ସ୍ୱାସ୍ଥ୍ୟ ବଜାୟ ରଖିବାକୁ ଉପାଦେୟ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ରକ୍ତ ଶିକୁଳି ରକ୍ତହୀନତା ବିଶେଷତଃ ଏକ ବଂଶଗତ ରୋଗ ଏବଂ ଏହାର ନିରାକରଣ ପାଇଁ ଛାତ୍ରୀ ମାନଙ୍କୁ ଆରମ୍ଭରୁ ହିଁ ସଚେତନ ହେବା ଉଚିତ୍ ବୋଲି କହିଥିଲେ । ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ପ୍ରାରମ୍ଭିକ ସୁଚନା ଦେଇ ରକ୍ତର ଉପଯୋଗିତା ଏବଂ ରକ୍ତହୀନତା ଦୂରୀକରଣ କିପରି ହେବ ସେ ସମ୍ପର୍କରେ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଏନଏସଏସ: ଅଧିକାରୀ ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।