୨୧ରୁ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା…

ଭୁବନେଶ୍ୱର, ୨୦/୦୬ : ଚଳିତ ମାସ ୨୧ ତାରିଖରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ୯ମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା । ଭୁବନେଶ୍ବରସ୍ଥିତ ଜନତା ମୈଦାନରେ ପ୍ରତିଦିନ ଦିନ ୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ । ଏଥିରେ ୨୨ ଟି ରାଜ୍ୟ ଏବଂ ୧୦ ଟି ଦେଶ ଭାଗ ନେବେ । ଏହି ବାଣିଜ୍ୟ ମେଳାରେ ରିଅଲ ଇଷ୍ଟେଟ, କନ୍ସଷ୍ଟ୍ରକସନରେ ବ୍ୟବହାର ଉପଯୋଗୀ ଦ୍ରବ୍ୟ, ଫର୍ଣ୍ଣିଚର, ଇଂଟେରିୟର, ହୋମ ଡେକୋର, ଗୃହ ଉପଯୋଗୀ ଉପକରଣ, ଜୀବନଶୈଳୀ ଏବଂ ପୋଷାକ, ଅଟୋମୋବାଇଲ, ପ୍ରାଚୀନ ଦ୍ରବ୍ୟ, ସମସ୍ତ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ, ବୁଟିକ୍ ଓ ବିଉଟି, ଘର ସାଜସଜ୍ଜା ଉପକରଣ, ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରାଚୀନ ଦ୍ରବ୍ୟ, ଭଳି ୪୦୦୦ରୁ ଉର୍ଦ୍ଧ୍ବ ଜାତୀୟ ଓ ଆନ୍ତର୍ଜାତୀୟ ସାମଗ୍ରୀ ଉପଲବ୍ଧ ରହିବ ।
ଏହା ସହ ମନୋରଞ୍ଜନ ନିମନ୍ତେ ପ୍ରତିଦିନ ସନ୍ଧ୍ୟାରେ ଫ୍ୟାଶନ ଶୋ, ଟାଲେଣ୍ଟ ହଣ୍ଟ, ରକ ବ୍ୟାଣ୍ଡ ପ୍ରତିଯୋଗିତାମାନ ତଥା ନାମୀଦାମୀ ଓଲିଉଡ ଓ ବଲିଉଡ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ୯ମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪ ରେ ଲକି ଡ୍ର ମାଧ୍ୟମରେ ଫ୍ରିଡମ୍ ଅଏଲ ଓ ୱଣ୍ଡରୱାର୍ଲ୍ଡ ୱାଟର ପାର୍କ ତରଫରୁ ଆକର୍ଷଣୀୟ ଉପହାର ପ୍ରଶ୍ନ ଭିତ୍ତିକ, ସେଲ୍ଫି ପ୍ରତିଯୋଗିତା ଓ ଅଧିକ କିଣା କିଣି ଉପରେ ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ ମଧ୍ୟ ପାଇପାରିବେ ଗ୍ରାହକ ।
ସ୍ଥାନୀୟ ରେଡକ୍ରସ୍ ଭବନଠାରେ ଗୁପ୍ତା ଇଭେଣ୍ଟର ପରିଚାଳନା ଅଧିକାରୀ ସୁଜିତ୍ କୁମାର ଗୁପ୍ତା, ଡାଇରେକ୍ଟର ପାୟଲ ଆଚାର୍ଯ୍ୟ ଗୁପ୍ତା, କ୍ଲିନିକାଲ୍ ସାଇକୋଲୋଜିଷ୍ଟ ନିବେଦିତା ମହାନ୍ତି, ପ୍ରୋପୋଟୀ ବ୍ରାଣ୍ଡର କାଜଲ ମିଶ୍ର, ଏକଜିକେଟିଭ ଡାଇରେକ୍ଟର ଦୀପକ ମହାନ୍ତି ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି ।